ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ସାତ ନମ୍ବର ଥାନା ଅନ୍ତର୍ଗତ ୫ ନମ୍ବର ସେକ୍ଟର ସ୍ଥିତ କବି ସମ୍ରାଟ ପାଲ୍ଲୀରେ ରୋସେଇ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗି ଯିବାରୁ ୩ ଜଣ ଆହତ ହୋଇଛନ୍ତି । ଏଥିସହ ଘରର ଆସବାବ ପତ୍ର ପୋଡି ଯାଇଛି । ଆହତଙ୍କ ମଧ୍ୟରେ ଘର ମାଲିକ ତାଙ୍କ ପନôୀ ଏବଂ ପୁଅ ଅଛନ୍ତି । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେତେବେଳକୁ ଘର ମାଲିକ ଅଯୋଧ୍ୟା ସାହୁ ତାଙ୍କ ପନôୀ ରିତାଞ୍ଜଳି ସାହୁ ଏବଂ ଦଶ ବର୍ଷର ପୁଅ ନିଆଁର ପ୍ରଭାବରେ ଆହତ ହୋଇଥିଲେ । ଆହତଙ୍କୁ ସଂଗେ ସଂଗେ ଆଇଜିଏଚ୍ ଚିକିତ୍ସା ଲାଗି ପଠାଯାଇଛି । ଘଟଣାସ୍ଥଳରେ ଫାୟାର ବି୍ରଗେଡ୍ ଟିମ୍ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।
Comments are closed, but trackbacks and pingbacks are open.