ନିଟ୍ ଏବଂ ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜେଇଇ ମେନ୍ ଏବଂ ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ଘୋଷଣା ହେଲା ନୂଆ ତାରିଖ । ଜୁଲାଇ ୧୮ରୁ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠତି ହେବା ବେଳେ ଜୁଲାଇ ୨୩ ପର୍ଯ୍ୟନ୍ତ ଚାଲୁ ରହିବ । ଏବଂ ନିଟ୍ ଏଟ୍ରାନ୍ସ ପରୀକ୍ଷା ଜୁଲାଇ ୨୬ରେ ଅନୁଷ୍ଠତି ହେବ । ଏହି ସୂଚନା ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିଆନ୍ ନିଶ ତାଙ୍କ ଟ୍ୱିଟର ଆକାଉଣ୍ଟ ଏବଂ ଫେସ୍ବୁକ୍ ଆକାଉଣ୍ଟରେ ପିଲାମାନଙ୍କ ସହ ଆଜି ଦିନ ୧୨ଟାରେ ବାର୍ତ୍ତାଳୋପ ବେଳେ ପ୍ରକାଶ କରିଛନ୍ତି । ଦେଶରେ କରୋନା ସଂକ୍ରମଣ ଯୋଗୁଁ ଲକ୍ଡାଉନ୍ ଚାଲିଥିବା ବେଳେଏହି ଗୁରୁତ୍ୱପୂର୍ଣ୍ଣ ସୂଚନା କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ଏହି ତାରିଖ ଧାର୍ଯ୍ୟ କରାଯାଇଛି ବୋଲି ସେ କହିଥିଲେ । ସେହିପରି ଜେଇଇ ଆଡ୍ଭାନ୍ସ ପରୀକ୍ଷା ଅଗଷ୍ଟ ମାସରେ ହେବ ବୋଲି ମନ୍ତ୍ରୀ ଭିଡିଓରେ ଉଲ୍ଲେଖ କରିଛନ୍ତି ।

https://www.facebook.com/cmnishank/videos/237064767407579/

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons