ଦୁଃଶାସନଙ୍କୁ ଗାଁ ଦାଣ୍ଡରେ ଗୋଡେ଼ଇ ଗୋଡେ଼ଇ ଟାଙ୍ଗିଆରେ ହାଣିଲେ

Get real time updates directly on you device, subscribe now.

ରେଢ଼ାଖୋଲ,(ବି.ବି.ନୁ୍ୟଜ୍): ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଗୋଡେ଼ଇ ଗୋଡେ଼ଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ରେଢ଼ାକୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନ୍ତର୍ଗତ ତାଲବଣିଆ ଗାଁରୁ । ମୃତ ଯୁବକ ଜଣଙ୍କ ହେଲେ ଦୁଃଶାସନ ଦେହୁରୀ । ଏହି ଘଟଣାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନାଅନୁସାରେ, ଦୁଃଶାସନ ଗାଁର ଜଣେ ଝିଅକୁ ସବୁବେଳେ ହଇରାଣ ହରକତ କରୁଥିଲେ । ଏହାକୁ ନେଇ ଗାଁରେ ବାରମ୍ବାର ପାଟିତୁଣ୍ଡ ହେଉଥିଲା । ମଙ୍ଗଳବାର ଦୁଃଶାସନ ସେହି ଝିଅ ଘରକୁ ଯାଉଥିବା ବେଳେ ଗାଁର ୪ ଜଣ ଯୁବକ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସେମାନେ ତାଙ୍କର ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ । ରେଢ଼ାଖୋଲ ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons