ଶାଳମଣିଆ ଗାଁରେ ମର୍ଡର:କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ!

Get real time updates directly on you device, subscribe now.

ସମ୍ବଲପୁର : କମେଣ୍ଟ ମରାକୁ ନେଇ ହତ୍ୟା ସନ୍ଦେହ । ସମ୍ବଲପୁର ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ଶାଳବଣିଆ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ଦୁଃଶାସନ ଦେହୁରୀ ।
ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ହତ୍ୟା ଅଭିଯୋଗରେ ନାକଟିଦେଉଳ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଦୁଃଶାସନ ଦେହୁରୀ ଶାଳବଣିଆ ଗାଁର ଜଣେ ଝିଅକୁ ପ୍ରତିଦିନ କମେଣ୍ଟ ମାରିବା ସହ ହଇରାଣ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଝିଅ ଘର ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ । ଘଟଣା ନେଇ ଗତକାଲି ରାତିରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା । ପରେ ଦୁଃଶାସନକୁ ହତ୍ୟା କରି ଝିଅଘର ପରିବାର ଲୋକେ ଘଟଣାସ୍ଥଳରୁ ପଳାଇ ଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ମଧ୍ୟ ପହଞ୍ଚି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons