ରାଜଧାନୀ ଭୁବନେଶ୍ୱରରୁ ୧୧ଜଣ ଶ୍ରମିକ ସାଇକେଲରେ ୨୮୦ କିମି ଆସି ପହଁଚିଲେ ରାଇରଙ୍ଗପୁର

Get real time updates directly on you device, subscribe now.

ମୟୁରଭଞ୍ଜ, (ଘାସିରାମ ବେହେରା):ଭୁବନେଶ୍ୱର କିଟ୍ ନିକଟସ୍ଥ ପଥରଗୋଡ଼ିଆରେ ରହି ଶ୍ରମିକ ଭାବରେ କାର୍ୟ୍ୟ କରୁଥିବା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳର ମହିଳା ଓ ପୁରୁଷଙ୍କୁ ମିଶାଇ ମୋଟ ୧୧ ଜଣଶ୍ରମିକ ସାଇକେଲ ଯୋଗେ ଗ୍ରାମ ଅଭିମୁଖେ ଆସି ଠାକୁରମୁଣ୍ଡା ଠାରେ ପହଞ୍ଚି ଛନ୍ତି। ଆଶା ଓ ବିଶ୍ୱାସ ଥିଲା ଲକଡାଉନ ପ୍ରତ୍ୟାହାର ହେବ ପୁଣି କାମରେ ଲାଗିବେ। ହେଲେ ତୃତୀୟ ପର୍ୟ୍ୟାୟ ଲାଗୁଆରମ୍ଭ ହେବାରୁ ଲକଡାଉନର ୪୧ ଦିନପରେ, ଉପାୟଶୂନ୍ୟ ହୋଇ ଶେଷରେ ବାଧ୍ୟରେ ନିଜ ଘର ଅଭିମୁଖେ ସାଇକେଲ ଯୋଗେ ଫେରି ଠାକୁରମୁଣ୍ଡା ଠାରେ ପହଞ୍ଚି ଅଟକି ଥିବାର ଦେଖାଯାଇଛି। ଫେରି ଆସୁଥିବା ଏହି ଶ୍ରମିକମାନେ ଲକଡାଉନ ଉଠିଯିବା ପରେ ସେଠାରେ ରହି ପୁନର୍ବାର କାମ କରିବାକୁ ମନସ୍ଥ କରିଥିବା ବେଳେ ଲକଡାଉନ ପୁନର୍ବାର ବୃଦ୍ଧି ହେବାରୁ କାମଧନ୍ଦା ବନ୍ଦ ରହିବା ଯୋଗୁଁ ସେଠାରେ ରହି ଖାଇବାର ଅସୁବିଧା ହୋଇଥିଲା। ଶେଷରେ ସେମାନେ ସାଇକେଲ ଯୋଗେ ନିଜନିଜ ଘରକୁ ଆସିବାକୁ ରବିବାର ସକାଳୁ ସାଇକେଲରେ ଆସବାବପତ୍ରକୁ ବାନ୍ଧି ୫ ଜଣ ମହିଳା ଓ ୬ ଜଣ ପୁରୁଷ ବାହାରି ରାତିରେ ବାଟରେ ଗୋଟିଏ ଜାଗାରେ ରହି ସୋମବାର ପୁଣି ବାହାରି ମୋଟ ୧୮୩ କିମି ଦୂର ଆସି ଠାକୁରମୁଣ୍ଡା ଠାରେ ପହଞ୍ଚି ଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ଶୁଖିଲା ଖାଦ୍ୟ ଦେବା ପରେ ସନ୍ଧ୍ୟା ବେଳେ ସେମାନେ ନିଜ ଗନ୍ତବ୍ୟ ପଥରେ ଯାଇଥିଲେ। ଏସମସ୍ତ ଶ୍ରମିକଙ୍କ ଘର ରାଇରଙ୍ଗପୁର ଉପଖଣ୍ଡର କୁସୁମୀ ବ୍ଲକ ବୁଢ଼ାଧରା ଗ୍ରାମ ,ଜାମୁଦା ବ୍ଲକର ମୁଗୁଦି ଓ ଚଟୁଣୀ ସାହିଗ୍ରାମ, ବାଙ୍ଗିରିପୋଷି ବ୍ଲକର ମୋହନପୁର ଗ୍ରାମ,ବିଶୋଇ ବ୍ଲକର ବିଶୋଇ ଗ୍ରାମର ଥିବାର ଜଣା ପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons