ପୁଣି ୭ ନୂଆ ଆକ୍ରାନ୍ତ ଚିହ୍ନଟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପଶ୍ଚିମବଙ୍ଗ ପରେ ଏବେ ସୁରଟ ଫେରନ୍ତା ମୁଣ୍ଡବିନ୍ଧା ବଢ଼ାଇଛନ୍ତି । ଆଜି ରାଜ୍ୟରେ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୫ ଜଣଙ୍କ କଲିକତା ଲିଙ୍କ୍ ରହିଛି । ଦୁଇ ଜଣଙ୍କ ସୁରଟ ଲିଙ୍କ୍ ଥିବା ଜଣାପଡ଼ିଛି । ଏ ପଟେ ଭଦ୍ରକକୁ ପଛକୁ ପକାଇ ବାଲେଶ୍ୱର ଆଗକୁ ଯାଇଛି । ଜିଲ୍ଲାରୁ ଆଜି ୩ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ୍ ସଂଖ୍ୟା ହୋଇଛି ୨୪ । ଗଞ୍ଜାମ, ରାଉରକେଲା, ଯାଜପୁର ଏବଂ କଟକ ଜିଲ୍ଲାରୁ ଆଜି ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟା ମିଶି ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ହୋଇଛି ୧୭୬ ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁସାରେ, ଆଜି ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ଗଞ୍ଜାମରୁ । ୧୮ ବର୍ଷର ଯୁବକ ଜଣକ ସୁରତ୍ରୁ ଫେରିଥିଲେ । ସେ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ହୋଇଛି ୩ । ସମସ୍ତ ରୋଗୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ବିଭାଗ ଦ୍ୱିତୀୟ ଟ୍ୱିଟ୍ ଆସିଥିଲା ଅପରାହ୍ନରେ । ମାସେ ପାଖାପାଖି ହେଲା କଟକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ । ଆଜି କିନ୍ତୁ ତିଗିରିଆରୁ ୩୪ ବର୍ଷର ଯୁବକଙ୍କ କରୋନା ପଜିଟିଭ୍ ଆସିଛି । ତାଙ୍କର ସୁରତ୍ ଲିଙ୍କ୍ ରହିଥିବା ବିଭାଗ କହିଛି । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨ ହୋଇଛି ।
ବାଲେଶ୍ୱରରୁ ଆଜି ପୁଣି ଦୁଇ ନୂଆ ଆକ୍ରାନ୍ତ ହୋଇଛନ୍ତି । ଜଣେ ମହିଳା ରହିଥିବା ବେଳେ ଆଉ ଜଣେ ଯୁବକ ରହିଛନ୍ତି । ମହିଳାଙ୍କ ବୟସ ୫୦ ବର୍ଷ ହୋଇଥିବା ବେଳେ ପୁରୁଷ ଆକ୍ରାନ୍ତଙ୍କ ବୟସ ୨୬ ବର୍ଷ ହୋଇଛି । ସନ୍ଧ୍ୟାରେ ଜିଲ୍ଲାରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂଆ ଆକ୍ରାନ୍ତ ସଂଖ୍ୟା ମିଶିବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୪ ହୋଇଛି । ଏଥିରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦ ଜଣ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ସୁନ୍ଦରଗଡ଼ ରାଉରକେଲାର ୪୯ ବର୍ଷର ଜଣେ ପୁରୁଷଙ୍କ ଆଜି କରୋନା ପଜିଟିଭ୍ ଆସିଛି । ସେ ନିକଟରେ କୋଲିକତାରୁ ଫେରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ମୋଟ୍ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୭ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ରାତି ୯ଟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ୫ମ ଅପ୍ଡେଟ୍ ଦେଇଥିଲା । ଯାଜପୁର ଜିଲ୍ଲାର ଆଉ ଜଣେ କଲିକତା ଫେରନ୍ତା ନମୁନା ପଜିଟିଭି ଆସିଥିବା ସ୍ପଷ୍ଟ କରାଯାଇଥିଲା । ଆକ୍ରାନ୍ତ ଜଣକ ୫୮ ବର୍ଷର ପୁରୁଷ । ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ମାତ୍ର ଜଣେ ସୁସ୍ଥ ହୋଇ ଫେରିଥିବା ବେଳେ ୫୨ ଜଣ ଚିକିତ୍ସାଧୀନ ଅଛନ୍ତି ।
ଏ ପଟେ ରାଜ୍ୟରେ କରୋନା ପରୀକ୍ଷା ବଢ଼ିଛି । ମୋଟ୍ ୪୪,୬୬୩ ଟି ନମୁନା ପରୀକ୍ଷା ସରିଲାଣି । ୧୭୬ ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ ୧୧୪ଟି ଆକ୍ଟିଭ୍ କେସ୍ ରହିଛି । ୬୦ ଜଣ ଡିସଚାର୍ଜ ହୋଇଥିବା ବେଳେ ଜଣଙ୍କ ମୃତୁ୍ୟ ମଧ୍ୟ ହୋଇଛି । ୭ ସପ୍ତାହ ତଳେ ଯେତେବେଳେ ରାଜ୍ୟରେ ପରୀକ୍ଷା ଆରମ୍ଭ ହେଲା, ସେତେବେଳେ ସପ୍ତାହକୁ ୪୮ ଟି ପରୀକ୍ଷା ହେଉଥିଲା । ଏବେ ଏ ସଂଖ୍ୟା ୧୬ ହଜାର ୫୦୦ ହେଲାଣି । ଆଗାମୀ ଦିନରେ ଏ ସଂଖ୍ୟା ଆହୁରି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିଲା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ସୂଚନା ଦେଇଛନ୍ତି । ଆଇଏଲ୍ଏସ ଓ ଆର୍ଏମ୍ଆର୍ସିରେ ନିୟମିତ ଭାବେ ପରୀକ୍ଷା ସଂଖ୍ୟା ବଢ଼ି ବଢ଼ି ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons