ଦିନକରେ ୧୯୫ ମୃତ, ୩୯୦୦ ଆକ୍ରାନ୍ତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ଓ ତଦ୍ଜନିତ ମୃତୁ୍ୟସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ୧୯୫ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଛି । ଯାହାକି ଗୋଟିଏ ଦିନରେ ଦେଶରେ ସର୍ବାଧିକ ମୃତୁ୍ୟ । ସେହିଭଳି ଏହି ସମୟ ଭିତରେ ୩ ହଜାର ୯୦୦ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ତାହା ମଧ୍ୟ ଗୋଟିଏ ଦିନରେ ସର୍ବାଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।
କରୋନା ସ୍ଥିତି ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ଏପର୍ଯ୍ୟନ୍ତ ଦେଶରେ ମୋଟ ୪୬ ହଜାର ୭୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୧ ହଜାର ୯୬୭ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୃତୁ୍ୟସଂଖ୍ୟା ୧ ହଜାର ୫୮୩କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୧ ହଜାର ୨୦ ଜଣ ଚିକିତ୍ସା ପରେ ସୁସ୍ଥ ହେବା ଫଳରେ ଦେଶରେ ମୋଟ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୧୩ ହଜାର ୧୬୦କୁ ବୃଦ୍ଧି ପାଇଛି । ଆରୋଗ୍ୟ ହାର ବର୍ତ୍ତମାନ ୨୭.୪୧ % ରହିଛି । କୋଭିଡ-୧୯ ଭଳି ମହାମାରୀ ବିରୋଧରେ ସମଗ୍ର ବିଶ୍ୱ ଲଢ଼ୁଛି । ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । ତେବେ ରାଜ୍ୟମାନଙ୍କରୁ ସଂକ୍ରମିତ ଓ ମୃତୁ୍ୟ ସଂକ୍ରାନ୍ତ ତଥ୍ୟ ଠିକ୍ ସମୟରେ ଆସିପାରୁନାହିଁ । କିଛି ରାଜ୍ୟକୁ କୁହାଯିବା ପରେ ସେମାନେ ଠିକ୍ ସମୟରେ ତଥ୍ୟ ପ୍ରଦାନ କରୁଛନ୍ତି । ସଂକ୍ରମିତ ଓ ମୃତୁ୍ୟସଂଖ୍ୟାରେ ଏହି ତଥ୍ୟ ସାମିଲ ହେବା ପରେ ହଠାତ୍ ଏଭଳି ବୃଦ୍ଧି ପାଇବା ଦେଖାଯାଇଛି । ଆମେ ସଫଳତାର କରୋନାର ମୁକାବିଲା କରୁଛୁ । କିନ୍ତୁ ସାମାନ୍ୟ ଅବହେଳା ଯୋଗୁ ପରିଣତି ଭୟାବହ ହେବାର ଆଶଙ୍କା ରହିଛି ।
ଅଗ୍ରୱାଲ କହିଛନ୍ତି ବର୍ତ୍ତମାନ ପ୍ରତ୍ୟେକ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ହେଉଛି ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ କାମ । କଣ୍ଟେନମେଣ୍ଟ ଜୋନ୍ ସମେତ ଅନ୍ୟ ଅଞ୍ଚଳରେ ସାରି (ସିଭିୟର ଆକୁ୍ୟଟ୍ ରେସପିରେଟୋରୀ ଇନ୍ଫେକ୍ସନ) ଓ ଅନ୍ୟାନ୍ୟ ଇନ୍ଫ୍ଲୁଏଞ୍ଜା ଭଳି ରୋଗ (ଆଇଏଲ୍ଆଇ) ପୀଡ଼ିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ବ୍ୟାପକ ସର୍ଭେଲାନ୍ସ କରାଯାଉଛି । ଲକ୍ଡାଉନ ଯୋଗୁ କରୋନା ସଂକ୍ରମଣ ରୋକାଯିବା ସହିତ ଦୁଇଗୁଣ ସମୟ ଅବଧି ବଢ଼ିଛି । ଲକ୍ଡାଉନ ପୂର୍ବରୁ ପ୍ରତି ୩.୪ ଦିନରେ ରୋଗୀଙ୍କ ସଂଖ୍ୟା ଦୁଇଗୁଣ ହେଉଥିଲା । କିନ୍ତୁ ଏବେ ଦୁଇଗୁଣ ହେବାକୁ ୧୨ ଦିନ ଲାଗୁଛି । ସରକାର ଲକ୍ଡାଉନ କୋହଳ କରିଥିବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ହେଉଛି ଲୋକଙ୍କ କର୍ତ୍ତବ୍ୟ । କୋଭିଡ-୧୯ ଉପରେ ମନ୍ତ୍ରୀଗୋÂୀର ଚତୁର୍ଦ୍ଧଶତମ ବୈଠକ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଛି । ବୈଠକରେ ସ୍ୱାସ୍ଥ୍ୟ ଭିତ୍ତିିଭୂମି, ପିପିଓ, ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର, ମାସ୍କ ଓ ଅନ୍ୟାନ୍ୟ ଉପକରଣ ଉପôାଦନ ଓ ବିଭିନ୍ନ ହସ୍ପିଟାଲକୁ ସେସବୁ ସାମଗ୍ରୀର ଯୋଗାଣ ଆଦି ପ୍ରସଙ୍ଗରେ ସମୀକ୍ଷା କରାଯାଇଛି ।
ବୈଠକ ପରେ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତରେ ଏପର୍ଯ୍ୟନ୍ତ ଗୋÂୀ ସଂକ୍ରମଣ ହୋଇନାହିଁ । କରୋନାକୁ ଗୋÂୀ ସଂକ୍ରମଣ ହେବାକୁ ଭାରତ ଦେଇନାହିଁ । କରୋନା ଯୋଗୁ ଲୋକମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଘଟିଛି । ଫଳରେ କରୋନା ପରବର୍ତ୍ତୀ ପରିସ୍ଥିତିରେ ସ୍ୱାଭାବିକ ଅବସ୍ଥା ଫେରିଆସିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ସଙ୍କଟ ସମୟରେ ଭାରତୀୟମାନେ ଭଲ ଅଭ୍ୟାସକୁ ଆପଣାଇଛନ୍ତି । ହାତ ଧୋଇବା, ନିଜକୁ ସଫାସୁତୁରା ରଖିବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି ଅଭ୍ୟାସକୁ ଯଦି ଲୋକମାନେ ଜାରି ରଖିବେ ତେବେ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିବ । ସଂକ୍ରମଣ ହ୍ରାସ ପାଇଲେ ଓ ଦେଶରୁ କରୋନା ସଙ୍କଟ ଦୂର ହେବା ପରେ ଲୋକମାନେ ଏହି ସମୟରେ ମିଳିଥିବା ଭଲ ଅଭ୍ୟାସକୁ ଖରାପ ସମୟରେ ମିଳିଥିବା ବରଦାନ ବୋଲି ମନେରଖିବେ ବୋଲି ସେ କହିଛନ୍ତି । ଭାରତରେ ପିପିଇ ଓ ମାସ୍କ ଉପôାଦନ ଯଥେଷ୍ଟ ବୃଦ୍ଧି ପାଇଛି । ଏଥିସହ ନମୁନା ପରୀକ୍ଷାର ପରିସର ବଢ଼ିଛି ବୋଲି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।
ସେହିଭଳି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି ଯେ କାର୍ଯ୍ୟକ୍ଷେତ୍ରରେ ଥର୍ମାଲ ସ୍କାନିଂ, ସାନିଟାଇଜର, ହ୍ୟାଣ୍ଡୱାସ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯିବା ଆବଶ୍ୟକ । ସାମାଜିକ ଦୂରତା ମଧ୍ୟ ଯେଭଳି ବଜାୟ ରଖାଯାଇପାରିବ ସେଥିପ୍ରତି ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡିବ । ସିଫ୍ଟ ଓ ଲଞ୍ଚ ବ୍ରେକ ରଖାଯିବା ଉଚିତ । କର୍ମଚାରୀମାନଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ କରିବାକୁ ଉତ୍ସାହିତ କରାଯିବା ଦରକାର । କୌଣସି ସଂସ୍ଥା ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦେବା ଉଚିତ ନୁହେଁ । ବିବାହ ଭଳି ସାମାଜିକ ଉତ୍ସବରେ ୫୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସେହିଭଳି ଶେଷକୃତ୍ୟ ବା ଅନ୍ତେ୍ୟଷ୍ଟି କାର୍ଯ୍ୟକ୍ରମ ସମୟରେ ୨୦ ଜଣ ସାମିଲ ହେବାକୁ ଅନୁମତି ମିଳିଛି । ତାଠାରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ । ତେବେ ଏସବୁ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ । ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି । ଏଥିପାଇଁ ସ୍ୱତନ୍ତ୍ର ବିମାନ କିମ୍ବା ନୌସେନାର ଜାହାଜରେ ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣ ସ୍ଥାନରେ ସମସ୍ତେ ଫେସ୍ମାସ୍କ ବ୍ୟବହାର କରିବା ଓ ଦୁଇଗଜ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ । ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା, ସିଗାରେଟ ଓ ମଦ୍ୟପାନକୁ ନିଷିଦ୍ଧ କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୧୪ ହଜାର ୫୪୧ କରୋନା ସଂକ୍ରମିତ ରହିଥିଲା ବେଳେ ଗୁଜରାଟରେ ୫ ହଜାର ୮୦୪, ଦିଲ୍ଲୀରେ ୪ ହଜାର ୮୯୮, ତାମିଲନାଡୁରେ ୩ ହଜାର ୫୫୦, ରାଜସ୍ଥାନରେ ୩ ହଜାର ୬୧, ମଧ୍ୟପ୍ରଦେଶରେ ୩ ହଜାର ୪୯ ଏବଂ ଉତ୍ତରପ୍ରଦେଶରେ ୨ ହଜାର ୮୫୯ ଜଣ ସଂକ୍ରମିତ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୫୮୩ ଜଣଙ୍କ ମୃତୁ୍ୟ ଘଟିଥିଲା ବେଳେ ଗୁଜରାଟରେ ୩୧୯, ମଧ୍ୟପ୍ରଦେଶରେ ୧୭୬, ପଶ୍ଚିମବଙ୍ଗରେ ୧୩୩, ରାଜସ୍ଥାନରେ ୭୭, ଦିଲ୍ଲୀରେ ୬୪ ଓ ଉତ୍ତରପ୍ରଦେଶରେ ୫୩ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ପ୍ରମୁଖ ସଂକ୍ରମିତ ରାଜ୍ୟ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ (୧୭୧୭ ଆକ୍ରାନ୍ତ ଓ ୩୬ ମୃତ), ପଞ୍ଜାବ (୧୨୩୩ ଆକ୍ରାନ୍ତ ଓ ୨୩ ମୃତ), ତେଲଙ୍ଗାନା (୧୦୮୫ ଆକ୍ରାନ୍ତ ଓ ୨୯ ମୃତ) । ଅନ୍ୟପକ୍ଷରେ ୧୦ରୁ କମ୍ ସଂକ୍ରମଣ ମାମଲା ଥିବା ରାଜ୍ୟ ମଧ୍ୟରେ ଅଛନ୍ତି ମିଜୋରାମ, ପୁଡୁଚେରୀ, ମଣିପୁର ଓ ଅରୁଣାଚଳ ପ୍ରଦେଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons