ରାସ୍ତାରେ ପଡିଥିଲା ଗଛ, ଅଟକିଗଲା ସୁରଟ ଫେରନ୍ତା ବସ୍

Get real time updates directly on you device, subscribe now.

ବିନିକା,(ବି.ବି.ନୁ୍ୟଜ୍): ରାସ୍ତାରେ ଗଛ ପଡିଥିବାରୁ ବରପାଲି- ବିନିକା ମୁଖ୍ୟ ରାସ୍ତା ଏମ୍ଡିଆର-୩୯ ଠାରେ ୫ଟି ସୁରଟ ଫେରନ୍ତା ବସ୍ ଅଟକି ରହିଛି । ବସ୍ରୁ ଓହ୍ଲାଇ ପ୍ରବାସୀ ଓଡ଼ିଆ ବାହାରେ ବୁଲାବୁଲି କରୁଥିବା ସୂଚନା ମିଳିଛି । ଗତକାଲି କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି ରାସ୍ତାରେ ପଡି ରହିଛି । ଫଳରେ ରାସ୍ତା ଅବରୋଧ ହେବାସହ ସ୍ଥାନୀୟ ଅଞ୍ଚଳରେ ବିଦୁ୍ୟତ୍ ସେବା ମଧ୍ୟ ଠକ୍ ହୋଇଯାଇଛି । ରାସ୍ତାରେ ଗଛ ପଡିଥିବାରୁ ଏହି ବାଟ ଦେଇ ଯାଉଥିବା ୫ଟି ସୁରଟ ଫେରସ୍ତା ବସ୍ ଅଟକି ରହିଛି । ଏହି ବସ୍ରେ ପ୍ରବାସୀ ଓଡ଼ିଆ ଅଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ଏସ୍. ରାମପୁର ପୋଲିସ ଓ ଆଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଛନ୍ତି । ରାସ୍ତା ଉପରୁ ଗଛ ହଟାଇବା ପାଇଁ ପ୍ରୟାସ ଚଳାଇଛନ୍ତି । ରାସ୍ତାରେ ଗଛ ପଡିଥିବାରୁ ଉଭୟ ପାଶ୍ୱର୍ରେ କିଛି ଗାଡ଼ି ଅଟକିଛି । ଆଉ କିଛି ସମୟ ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons