ଭଦ୍ରକ : ଭଦ୍ରକ ଜିଲ୍ଲାରେ ରହୁଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଜିଲ୍ଲା ଶ୍ରମଅଧିକାରୀଙ୍କ ମୋବାଇଲ ନମ୍ବର ଓ whatsapp ନମ୍ବର ଜାରି କରିଛି ଜିଲ୍ଲା ପ୍ରଶାସନ । କୌଣସି ଅଭିଯୋଗ ଥିଲେ ନମ୍ବର ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି ।ସୂଚନାଯୋଗ୍ୟ ଯେ, ଲକ୍ଡାଉନ୍ ଯୋଗୁଁ ଜିଲ୍ଲାରେ ଫସିରହିଥିବା ଅନ୍ୟରାଜ୍ୟ ମାନଙ୍କର ଶ୍ରମିକ ମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ତେବେ ଜାରି କରାଯାଇଥିବା ନମ୍ବର ଗୁଡିକ ହେଉଛି ଯଥାକ୍ରମେ- 18003456703, Whatsapp – 7008110717 ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନମ୍ବର – ୯୯୩୭୪୬୦୯୭୩ ରହିଛି । କୌଣସି ଅସୁବିଧା ହେଲେ ଏହି ନମ୍ବରେ ଯୋଗଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
Comments are closed, but trackbacks and pingbacks are open.