ଜଗତସିଂହପୁର: ଜଗତସିଂହପୁରରେ ପହଞ୍ଚିଲା କରୋନା। ଜିଲ୍ଳାରେ ଏକାଥରକେ ଚିହ୍ନଟ ହୋଇଛନ୍ତି ୪ ଜଣ କୋଭିଡ-୧୯ ସଂକ୍ରମିତ। ଏହାଫଳରେ ରାଜ୍ୟର କରୋନା ମ୍ୟାପରେ ୧୭ ତମ ଜିଲ୍ଲା ଭାବେ ଯୋଡି ହୋଇଛି ଜଗତସିଂହପୁର ।ଏଥିସହିତ କେନ୍ଦ୍ରାପଡାରେ ମଧ୍ୟ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ୫ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି। ଜଗତସିଂହପୁରରେ ଚିହ୍ନଟ ହୋଇଥିବା ଚାରି ସଂକ୍ରମିତଙ୍କ ରହିଛି ସୁରଟ ଲିଙ୍କ୍। ସେମାନେ ନିକଟରେ ସୁରଟରୁ ଫେରିଥିଲେ। ପୂର୍ବରୁ ଜିଲ୍ଲାରେ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଚାରିଜଣ ଚିହ୍ନଟ ହେବା ପରେ ଜିଲ୍ଳାରେ ଆତଙ୍କ ସୃଷ୍ଟି ହୋଇଛି।ସେପଟେ କେନ୍ଦ୍ରାପଡାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ୩ କୁ ବୃଦ୍ଧି ପାଇଛି।ସବୁ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।
Comments are closed, but trackbacks and pingbacks are open.