ଭୁବନେଶ୍ୱରରେ ରହିଥିଲେ କେନ୍ଦ୍ରାପଡ଼ା ଆକ୍ରାନ୍ତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ଚିହ୍ନଟ ହୋଇଥିବା କେନ୍ଦ୍ରାପଡ଼ା ଆକ୍ରାନ୍ତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଛନ୍ତି । ସେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୬୦ ବର୍ଷୀୟ ଏହି ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ସେ କଲିକତାରୁ ଫେରିବା ପରେ ଅସ୍ତେ୍ରାପଚାର ପାଇଁ ଫାୟାର ଷ୍ଟେସନ୍ରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଅସ୍ତେ୍ରାପଚାର ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷ କୋଭିଡ୍ ପରୀକ୍ଷା କରିବାକୁ କହିଥିଲେ । ପରୀକ୍ଷା ପରେ ନମୁନା ପଜିଟିଭ୍ ଆସିଛି । ହସ୍ପିଟାଲରୁ ଯିବା ପରେ ରାଜଧାନୀର ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ବନ୍ଧୁଙ୍କ ଘରେ ସେ ରହିଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons