ନୂଆଦିଲ୍ଲୀ: ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଛି । ବର୍ତ୍ତମାନ ସୁଦ୍ଧା ଏହି ମହାମାରୀରୁ ରକ୍ଷା ପାଇବା ଲାଗି କୌଣସି ଦେଶ ଟିକା ପ୍ରସ୍ତୁତ କରିପାରି ନାହାନ୍ତି । କେତେକ ଦେଶ ଟିକା ପ୍ରସ୍ତୁତିରେ ଲାଗିଥିଲା ବେଳେ ଆଉ କେତେକ ପରୀକ୍ଷା ସ୍ତରରେ ପହଞ୍ଚô ପାରିଛନ୍ତି । ଏଭଳି ସ୍ଥଳେ ଭାରତ ମଧ୍ୟ ପଛରେ ପଡିନାହିଁ । ଭାରତରେ ୩୦ରୁ ଅଧିକ ଟିକା ପ୍ରସ୍ତୁତ କରାଯାଉଛି । ସେଥିରୁ କେତେକ ପରୀକ୍ଷା ସ୍ତରରେ ପହଞ୍ଚôଛି । ଭାରତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ତଥ୍ୟ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ଭାରତରେ ଟିକା ପ୍ରସ୍ତୁତି ଉପରେ ଗଠିତ ଟାସ୍କ ଫୋର୍ସ କାର୍ଯ୍ୟର ସମୀକ୍ଷା କରିଥିଲେ । ସେ ଟିକା ପ୍ରସ୍ତୁତି, ଔଷଧ ବାହାର କରିବା, କରୋନା ଭାଇରସ୍ର ନିବାରଣ, ପରୀକ୍ଷା ଓ ଚିକିତ୍ସା ଆଦି ବିଷୟରେ ବର୍ତ୍ତମାନ ଭାରତର ସ୍ଥିତି ନେଇ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ । ଭାରତରେ ଔଷଧ ଓ ଟିକା ଆବିଷ୍କାର ପାଇଁ ୩ଟି ଦିଗକୁ ନେଇ ଅନୁଧ୍ୟାନ କରାଯାଉଛି । ପ୍ରଥମଟି ହେଉଛି ବର୍ତ୍ତମାନ ବ୍ୟବହାର କରାଯାଉଥିବା ଔଷଧକୁ କିଭଳି ଆହୁରି ପ୍ରଭାବି କରାଯାଇପାରିବ । ଏହି ପର୍ଯ୍ୟାୟରେ ୪ଟି ଔଷଧ ଉପରେ ଗବେଷଣା କରାଯାଉଛି । ଦ୍ୱିତୀୟଟି ହେଲା ନୂଆ ଔଷଧ ଆବିଷ୍କାର କରିବା ଏବଂ ତୃତୀୟଟି ହେଲା ଔଷଧୀୟ ବୃକ୍ଷର ଚେର କିମ୍ବା ଅନ୍ୟ ଅଂଶରୁ କିଭଳି ଭାଇସର୍ ନିରୋଧୀ ଉପାଦାନ ବାହା କରାଯାଇପାରିବ ।
ବିଶେଷଜ୍ଞମାନେ ଜଣାଇଥିଲେ କି ବର୍ତ୍ତମାନ ୩୦ରୁ ଅଧିକ ଟିକା ପ୍ରସ୍ତୁତ କରାଯାଉଛି । ସେଥିରୁ କେତେକ ଟିକା ପରୀକ୍ଷା ସ୍ତରକୁ ଆସିଛି । ଖୁବଶୀଘ୍ର ସେଗୁଡିକର ପରୀକ୍ଷା କରାଯିବ । ସେହିଭଳି କରୋନାରୁ ଆରୋଭ୍ୟ ହେବା ଲାଗି ୪ ପ୍ରକାର ଔଷଧ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏଥିସହ କେତେକ ବୃକ୍ଷର ଚେରମୂଳି ଓ ଅନ୍ୟ ଉପôାଦର ଔଷଧୀୟ ମାନ ତଥା କରୋନା ଭାଇରସ୍ ବିରୋଧୀ ଗୁଣର ଯାଞ୍ଚ କରାଯାଉଛି । ପ୍ରଧାନମନ୍ତ୍ରୀ ଔଷଧ ଆବିଷ୍କାର କରିବା ଲାଗି କମ୍ପୁ୍ୟଟର ସାଇନ୍ସ, ରସାୟନ ବିଜ୍ଞାନ ଓ ଜୈବ ଉଦ୍ୟୋଗର ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ । କହିଥିଲେ ବିଶେଷଜ୍ଞ, ବୈଜ୍ଞାନିକ, ଉଦ୍ୟୋଗ ଜଗତ ଓ ସରକାର ଏଭଳି ସଙ୍କଟଜନକ ସମୟରେ ଯେଭଳି ଭାବେ ମିଳିମିଶି କାମ କରୁଛନ୍ତି ତାହା ଆମ ବୈଜ୍ଞାନିକ କାର୍ଯ୍ୟଶୈଳୀର ଅଂଶବିଶେଷ ହେବା ଉଚିତ । ଏଥର ଏ ଦିଗରେ ଏକ ହ୍ୟାକାଥନ ଆୟୋଜନ କରିବାକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।
Comments are closed, but trackbacks and pingbacks are open.