ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲାର କଣ୍ଟେନମେଣ୍ଟ ଅଞ୍ଚଳରେ ଗୁରୁବାର ସକାଳେ ପୁଣି ଉତ୍ତେଜନା ଦେଖାଦେଇଛି । ପ୍ଲାଣ୍ଟ ସାଇଟ୍ ବସ୍ଥିରେ ଲୋକମାନେ ମେଳି ହୋଇ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ । କଣ୍ଟେନମେଣ୍ଟ ଜୋନ୍ରେ ଠିକ୍ ଭାବେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ ବୋଳି ସେମାନେ ଅଭିଯୋଗ କରିଛନ୍ତି । ଏମିତିକି ବଜାରକୁ ଯାଇ ସାମଗ୍ରୀ ଆଣିବାକୁ ଲୋକମାନେ ଜିଦ୍ ଧରି ବସିଥିଲେ । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସେହିପରି ମେ’ ୪ ତାରିଖରେ ରାଉରକେଲାର କଣ୍ଟେନମେଣ୍ଟ ଜୋନ୍ରେ ପୋଲିସ ଉପରକୁ କିଛି ଲୋକେ ପଥର ମାଡ଼ କରିଥିଲେ । ଏଥିସହ ବ୍ୟାରିକେଡ ଭାଙ୍ଗିଦେଇଥିଲେ । ଏହି ଆକ୍ରମଣରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ ।
Comments are closed, but trackbacks and pingbacks are open.