କୁଟୁରା ମାଂସ ରାନ୍ଧି ଖାଉଥିଲେ, ବନ ବିଭାଗ କଲା ଚଢ଼ଉ

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଜଙ୍ଗଲରୁ କୁଟୁରା ଶିକାର କରି ଘରେ ରାନ୍ଧି ଖାଉଥିଲେ ବନ ବିଭାଗ ଚଢ଼ଉ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି । ଏହା ସହ ରନ୍ଧା ମାଂସ ଓ ଏକ ଦେଶୀ ବନ୍ଧୁକ ବି ଜବତ କରିଛି । ଏଭଳି ଘଟଣା ଘଟିଛି ଝାରସୁଗୁଡ଼ାରେ । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ବାଗଡ଼ିହି ରେଞ୍ଜରେ ଥିବା ଜଙ୍ଗଲରୁ ଗତ ଏପ୍ରିଲ ଚାରି ତାରିଖରେ ସାତ ଜଣ ଯୁବକ ଦେଶୀ ବନ୍ଧୁକରେ ଏକ କୁଟୁରା ଶିକାର କରିଥିଲେ । ବୁଧବାର ତାକୁ ଘରେ ରାନ୍ଧି ଖାଉଥିଲେ । ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା । ପାଞ୍ଚଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁଇ ଜଣଙ୍କୁ ବନ ବିଭାଗ ଗିରଫ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons