ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ପାଇଁ ପ୍ରତିଷେଧକ ଟିକା ଉପରେ ଗବେଷଣା ଚାଲିଛି । ଭାରତ ସହ ବିଭିନ୍ନ ଦେଶ ଗବେଷଣାକୁ ତ୍ୱରିତ କରିଛନ୍ତି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଏ ଟିକା ବାହାରିପାରେ । ଏମିତି ଆଶା ଦେଖାଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ଡା. କେ ଶ୍ରୀନାଥ ରେଡ୍ଡୀ ।ସେ କହିଛନ୍ତି, ଯେହେତୁ କରୋନା ରୋଗର ନିୟନ୍ତ୍ରଣ ପାଇଁ ଏଯାଏ କୌଣସି ସଫଳ ପ୍ରତିଷେଧକ ଟିକା ବା ଔଷଧ ଉଦ୍ଭାବନ ହୋଇନାହିଁ । କରୋନାକୁ ରୋକିବା କଷ୍ଟକର । ମାତ୍ର ସାମାଜିକ ଦୂରତା ରକ୍ଷା କରିବା ଉପରେ ଆମେ ଜୋର୍ ଦେବା । ବାରମ୍ବାର ହାତ ଧୋଇବା ସହ ମାସ୍କ ବ୍ୟବହାର କରି କରୋନାକୁ ଆମେ ନିୟନ୍ତ୍ରଣରେ ରଖିପାରିବା ବୋଲି ଶ୍ରୀ ରେଡ୍ଡୀ ପରାମର୍ଶ ଦେଇଛନ୍ତି ।‘କୋଭିଡରୁ ଶିକ୍ଷା-ଆମେ କ’ଣ ଶିଖିଲେ ଏବଂ କିପରି କୋଭିଡ ଯୁଦ୍ଧ ଜିତିବା’ ଏ ବିଷୟରେ ଶ୍ରୀ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିଦେ୍ର୍ଧଶକ, ବରିÂ ଅଧିକାରୀ, ଜିଲ୍ଲାପାଳ ଓ ପୁଲିସ ସୁପରିନଟେଣ୍ଡେଣ୍ଟମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ଡା.ରେଡ୍ଡୀ କହିଲେ, ବାଦୁଡ଼ି ଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ଏ ଭୂତାଣୁ ନାକ, ଆଖି ଓ ପାଟି ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରିଥାଏ । ମଣିଷ ଶରୀରରୁ କାଶ, ଛିଙ୍କ ସମୟରେ ବାହାରୁଥିବା କଣିକା ଦ୍ୱାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ । ତେଣୁ ଆମକୁ ସତର୍କ ହେବାକୁ ପଡ଼ିବ । ଜନସାଧାରଣଙ୍କ ସହଯୋଗ ଏବଂ ସକ୍ରିୟ ଅଂଶଗ୍ରହଣ ହିଁ ରକ୍ଷା କବଚ ହୋଇପାରିବ । ସାମାଜିକ ଦୂରତା ଦ୍ୱାରା ହିଁ ଆମେ କୋଭିଡ ଯୁଦ୍ଧରେ ବିଜୟୀ ହୋଇପାରିବା ବୋଲି ସେ କହିଥଇଲେ ।
ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିÂାନର ସଭାପତି ଡା.ରେଡ୍ଡୀ କରୋନା ଭାଇରସର ଉପôତ୍ତି, ସଂକ୍ରମଣ, ସମଗ୍ର ବିଶ୍ୱର ପରିସ୍ଥିତି ସହ ଭବିଷ୍ୟତ ରଣକୌଶଳ ଉପରେ ଆଲୋକପାତ କରିଥିଲେ । ବୟସ୍କମାନଙ୍କ ପ୍ରତି ଆମେମାନେ ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସଂକ୍ରମିତ ଦେଶଗୁଡ଼ିକରୁ ମିଳିଥିବା ତଥ୍ୟ ଉପରେ ଆଲୋଚନା କରି ଡା.ରେଡ୍ଡୀ କହିଲେ, କରୋନା ଭୂତାଣୁ କେବଳ ନିମୋନିଆ ସୃଷ୍ଟି କରୁନାହିଁ । ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତଃନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଇଥାଏ । କେତେକ କ୍ଷେତ୍ରରେ ଏହା ଥ୍ରୋମ୍ବୋସିସ୍ ପରିସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ । ସବୁ ବୟସର ବ୍ୟକ୍ତିଙ୍କୁ ଏହା ସଂକ୍ରମିତ କରିଥାଏ । ଯୁବଗୋÂୀ ବାହାରେ ଅଧିକ ସମୟ ରହୁଥିବାରୁ ତାଙ୍କଠାରେ ସଂକ୍ରମଣ ମାତ୍ରା ଅଧିକ । ବୟସ୍କ ତଥା ରୋଗୀମାନେ ଗୁରୁତର ଭାବେ ପୀଡ଼ିତ ହେବା ସହ ମୃତୁ୍ୟମୁଖରେ ପଡ଼ିବାର ଅଧିକ ଆଶଙ୍କା ରହିଛି ।
କରୋନା ନିୟନ୍ତ୍ରଣରେ ଭାରତ ସହ ଓଡ଼ିଶା ସଫଳତାର ବେଶ ପ୍ରଶଂସା କରିଛନ୍ତି ଡା. ରେଡ୍ଡୀ । ସମଗ୍ର ଦକ୍ଷିଣ ଏସିଆରେ ଓଡ଼ିଶାର ପଦକ୍ଷେପ ଅନୁକରଣୀୟ ବୋଲି ସେ ମତବ୍ୟକ୍ତ କରିଥିଲେ । ବ୍ରିଟେନ, ଆମେରିକା, ସ୍ୱିଡେନ୍ ପରି ଆଗୁଆ ଦେଶଗୁଡ଼ିକ ଲକଡାଉନ ନକରିବାରୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି । କିନ୍ତୁ ଭିଏତନାମ ପରି ଦେଶ ଆଇସୋଲେସନ, କଣ୍ଟାକ୍ଟ ଟ୍ରେସିଂ ସହ ବହୁ ମାତ୍ରାରେ କୋଭିଡ୍ ପରୀକ୍ଷା କରି ରୋଗ ନିୟନ୍ତ୍ରଣରେ ସଫଳ ହୋଇଛି ।ଉଚ୍ଚ ତାପମାତ୍ରା ସହ ଆର୍ଦ୍ରତାର ପ୍ରଭାବରେ ଏହି ଭୂତାଣୁ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ କରୋନା ଭୂତାଣୁ କ୍ଲାଇମାଟିକ୍ ଟେମ୍ପରେଚର ନିଉଟ୍ରାଲ । ଭାରତୀୟମାନେ ବିସିଜି, ପୋଲିଓ ଟୀକା ସହ ମ୍ୟାଲେରିଆ ପରି ଔଷଧ ବ୍ୟବହାର କରୁଥିବାରୁ କୋଭିଡ୍ ରୋଗ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ସୃଷ୍ଟି ନକରିପାରେ ବୋଲି ସେ ମତବ୍ୟକ୍ତ କରିଥିଲେ । କିନ୍ତୁ ଏ ସବୁ ତଥ୍ୟ ଉପରେ ଗୁରୁତ୍ୱ ନଦେଇ ଆମେ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । ଲକ୍ଷଣଭିତ୍ତିକ ରୋଗ ଅନୁସନ୍ଧାନ ଉପରେ ସେ ଗୁରୁତ୍ୱ ଦେବା ସହ ଗୋÂୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ୱ ନଦେଇ ଗୋÂୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରିହେବ ବୋଲି ଡା.ରେଡ୍ଡୀ ମତ ରଖିଛନ୍ତି ।ସେ କହିଲେ, ସ୍ୱାସ୍ଥ୍ୟକର୍ମୀଙ୍କ ପରି ପୁଲିସ କର୍ମଚାରୀ ମଧ୍ୟ ଅଧିକ ବିପଦସଂକୁଳ ଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର । ହାତ ଧୋଇବା ସହ ସାମାଜିକ ଦୂରତା ପାଇଁ ବାରିକେଡ୍ ଏବଂ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର ନହାତି ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।ମୁଖ୍ୟମନ୍ତ୍ରୀ ପ୍ରଥମେ ଡା. ରେଡ୍ଡୀଙ୍କୁ ସ୍ୱାଗତ କରି ଆଲୋଚନା ଆରମ୍ଭ କରିଥିଲେ । ତାଙ୍କର ଉପାଦେୟ ପରାମର୍ଶ ଓ ଅଭିଜ୍ଞତା କରୋନା ରୋଗ ସଂକ୍ରମଣ ରୋକିବାରେ ମାର୍ଗଦର୍ଶନ ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।ସୂଚନାଯୋଗ୍ୟ, ଡା.ରେଡ୍ଡୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଭିନ୍ନ ବିଶେଷଜ୍ଞ କମିଟିରେ ସଦସ୍ୟ ଭାବେ କାମ କରିଛନ୍ତି । ବର୍ତ୍ତମାନ କୋଭିଡ ସଲିଡାରିଟି ଗ୍ରୁପ୍ ଟ୍ରାଏଲ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଂଚାଳନ କମିଟିର କାର୍ଯ୍ୟନିର୍ବାହୀ ଗୋÂୀର ସଭ୍ୟ ଭାବେ କାର୍ଯ୍ୟରତ । କୋଭିଡ କେୟାର୍, ସଂକ୍ରମିତ ଅଞ୍ଚଳ, ସଂକ୍ରମଣ ଧାରା ଓ ଲକ୍ଡାଉନ୍ ପ୍ରଭାବ ଉପରେ ସେ ଅନେକ ଉପାଦେୟ ଲେଖା ରଚନା କରିଛନ୍ତି ।
Comments are closed, but trackbacks and pingbacks are open.