ବ୍ରଜରାଜନଗର,(ବି.ବି.ନୁ୍ୟଜ୍): ପେଟପାଟଣା ପାଇଁ ଲୋକେ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଆସନ୍ତି । କୁଟୁମ୍ବ ଚଳାଇବାକୁ ଦୁଇ ପଇସା ରୋଜଗାର କରି ଲହୁଲୁହ ଏକ କରି ଖଟି ଖଟି ନୟାନ୍ତ ହେଉଛନ୍ତି । ଏତିକିବେଳେ କରୋନା ଭୟ ଓ ଲକ୍ଡାଉନ୍ର ସ୍ଥିତି ଯୋଗୁଁ ଚାରିଆଡେ କାମ ବନ୍ଦ, ରୋଜଗାର ମଧ୍ୟ ବନ୍ଦ ମନେ ପଡୁଛି ପିଲା ଛୁଆଙ୍କ କଥା । କିପରି ଫେରିବେ ନିଜ ଘରକୁ । ଓଡ଼ିଶା ବାହାରୁ ଆମ ରାଜ୍ୟରେ ପସି ରହିଛନ୍ତି ଅନେକ ଶ୍ରମିକ ଓ କର୍ମଜୀବୀ । ଏତିକିବେହେଳ ବ୍ରଜରାଜନଗରରୁ ପଶ୍ଚିମବଙ୍ଗ ବସ୍ରେ ଗଲେ ୩୦ ଶ୍ରମିକ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳ ରହିଛି ବିଭିନ୍ନ କାମ କରୁଥିବା ପଶ୍ଚିମବଙ୍ଗର ୩୦ ରୁ ଉଦ୍ଧ୍ୱର୍ ଶ୍ରମିକ ଜିଲ୍ଲା ପ୍ରଶାସନ ଅନୁମତି କ୍ରମେ ଶୁକ୍ରବାର ସ୍ଥାନୀୟ ହରିଓମ ବିହାରରୁ ଏକ ବସ୍ରେ ତିରିଶି ଜଣ ଶ୍ରମିକ ପଶ୍ଚିମବଙ୍ଗ ଗଲେ । ସେମାନେ ଏଠାରେ ଅଞ୍ଚଳରେ ଦିନ ମଜୁରିଆ ଭାବେ କାମ କରୁଥିଲେ । କୋରନା ଭାଇରସ୍ ପାଇଁ ଲକ୍ଡାଉନ୍ ଯୋଗୁଁ ସେମାନଙ୍କ କାମ ବନ୍ଦ ହୋଇଯାଇଥିଲା । ସେମାନେ ଏଠାରେ ଦୁଇ ମାସ ପର୍ଯ୍ୟନ୍ତ ଘରେ ବସି ରହିବାକୁ ପଡିଥିଲା । ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ସେମାନଙ୍କ ଖାଇବା ବ୍ୟବସ୍ଥା କରାଯାଇଥିଲା । ତଥାପି ସେମାନେ ସମସ୍ତେ ଜିଲ୍ଲା ପ୍ରଶାସନକୁ ନିଜ ଗ୍ରାମକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲା ପ୍ରଶାସନର ଅନୁମତି ପ୍ରଦାନ ପରେ ଶୁକ୍ରବାର ସେମାନେ ବ୍ରଜରାଜନଗର ପୌରପରିଷଦ ନିର୍ବାହୀ ଅଧିକାରୀ ଦିଲିପ ପଟେଲ ଓ ପୂର୍ବତନ ବିଜେଡି ଟାଉନ୍ ସଭାପତି ଜୟନ୍ତ ଦୀକ୍ଷୀତିଙ୍କ ସହଯୋଗରେ ପଶ୍ଚିମବଙ୍ଗକୁ ଗୋଟିଏ ବସ୍ରେ ଗଲେ । ନିଜ ରାଜ୍ୟକୁ ଫେରିଥିବାରୁ ସେମାନେ ଖୁସୀ ତ ଥିଲେ । କିନ୍ତୁ ଭବିଷ୍ୟତ କ୍ରମେ ସଂସ୍ଥାନ ପାଇଁ ଚିନ୍ତିତ ଅଛନ୍ତି ।
Comments are closed, but trackbacks and pingbacks are open.