ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପରେ ଥିବା କାର୍ବନ କାରଖାନାକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । କରୋନା ମହାମାରୀକୁ ଏଡ଼ାଇବା ପାଇଁ କାରଖାନାରେ କମ୍ ଶ୍ରମିକଙ୍କୁ ନେଇ କାମ କରାଇବାକୁ ଜିଲ୍ଲା ପ୍ରଶାସନ କହିଥିଲା । ହେଲେ ଏହି କାରଖାନା କର୍ତ୍ତୃପକ୍ଷ ସର୍ତ୍ତ ଖିଲାପ କରି ଅଧିକ ଶ୍ରମିକଙ୍କୁ କାମରେ ନିୟୋଜିତ କରିଥିଲେ । ୩୯ ଜଣ ଶ୍ରମିକଙ୍କୁ ନେଇ କାରଖାନା ଚଳାଇବାକୁ ଅନୁମତି ଦିଆଯାଇଥିବା ବେଳେ ୫୦ ରୁ ଅଧିକ ଶ୍ରମିକଙ୍କୁ କାମରୋ ଲଗାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ କ୍ରମେ ପାରଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର ଶୁକ୍ରବାର କାରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଏଥିସହ କାରଖାନା ବନ୍ଦ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ଘଟଣାରେ କାରଖାନାର ଦୁଇ ଜଣ ବରିÂ ପଦାଧିକାରୀଙ୍କୁ ଲକ୍ ଥାନା ପୋଲିସ ଥାନାରେ ପଚରାଉଚରା କରାଯାଇଥିବା ଜଣାପଡିଛି । ପାରାଦୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର କହିଛନ୍ତି , ଏହି କାରଖାନାରେ ଶ୍ରମିକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନଥିବା ନେଇ ଆମ ପାଖରେ ଅଭିଯୋଗ ଆସିଥିଲା । ଏହି ଅଭିଯୋଗକୁ ଭିତ୍ତି କରି କାରଖାନାରେ କାମ ବନ୍ଦ କରିବାକୁ ଆମେ ନିଦେ୍ର୍ଧଶ ଦେଇଛୁ । ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନରେ ଏହି କାରଖାନାରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଶ୍ରମିକ ଗୁରୁତର ହୋଇଥିଲା ।


Comments are closed, but trackbacks and pingbacks are open.