ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତର ବେଙ୍ଗସର ଗ୍ରାମକୁ ପ୍ରାୟ ୧୫ ଦିନ ହେବ ଜଳଯୋଗାଣ ବନ୍ଦ ରହିଛି । ଟଙ୍କା ନ ଦେବାରୁ ପୂର୍ବତନ ସରପଞ୍ଚ ଏପରି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ପ୍ରତିବାଦରେ ମହିଳାମାନେ ଶୁକ୍ରବାର ହାଣ୍ଡ ି, ମାଠିଆ ଧରି ଗ୍ରାମର ମୁଖ୍ୟ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ସୂଚନାଯୋଗ୍ୟ, ଏହି ପଞ୍ଚାୟତରେ ବାଙ୍କତରା ଓ ବେଙ୍ଗସର ଗ୍ରାମ ପାଇଁ ଗୋଟିଏ ଜଳ ଯୋଗାଣ ପ୍ରକଳ୍ପ ରହିଛି । ବାଙ୍କତରା ବାସିନ୍ଦା ତଥା ପୂର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତ ରାଉତରାୟ ପଞ୍ଚାୟତକୁ ଏହା ହସ୍ତାନ୍ତର କରି ନାହାନ୍ତି । ଜୋରଜବରଦସ୍ତ ଭାବେ ସେ ଏହାକୁ ଅକ୍ତିଆର କରି ନିଜେ ଲୋକଙ୍କଠାରୁ ସଂଯୋଗ ପିଛା ୧ହଜାର ଟଙ୍କା ଓ ମାସିକ ୭୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି । ସରକାର ମାଗଣଶ ଜଳ ଦେଉଥିବା ବେଳେ ସମ୍ପୃକ୍ତ ପୂର୍ବତନ ସରପଞ୍ଚ ହଜାରେ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି । ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ଟଙ୍କା ଦେବାକୁ ମନା କରିବାରୁ ସେ ସଂପୂର୍ଣ୍ଣ ବେଙ୍ଗସର ଗ୍ରାମକୁ ଜଳଯୋଗାଣ ବନ୍ଦ କରି ଦେଇଥିଲେ । ଏଥିଯୋଗୁ ପାନୀୟ ଜଳ ପାଇ ନ ପାରି ହିନସ୍ତା ହେଉଥିବା ମହିଳାମାନେ ଶୁକ୍ରବାର ରାସ୍ତାକୁ ଓହ୍ଲାଇଥିଲେ । ଖବର ପାଇ ତାରାସିଂଗ ଥାନା ଅଧିକାରୀ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀ ପହଞ୍ଚି ପୂର୍ବତତନ ସରପଞ୍ଚ ଲକ୍ଷ୍ମୀକାନ୍ତଙ୍କୁ ତାଗିଦ୍ କରିବା ସହ ପାଣି ଛାଡ଼ିବା ପାଇଁ ନିଦେ୍ର୍ଧଶ ଦେବା ପରେ ଘଟଣାର ସମାଧାନ ହୋଇଥିବା ଜଣାଯାଇଛି । ଏହାପରେ ମହିଳାମାନେ ଆନେ୍ଦାଳନ ପ୍ରତ୍ୟାହାର କରିଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons