ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ଢେ଼ଙ୍କାନାଳ ଶକ୍ତି ସୁଗାର୍ସ କମ୍ପାନୀ ପରିସରରେ ଥିବା ପାର୍କିଂ ସ୍ଥାନରେ ଗାଡ଼ି ରଖଇ ଶୋଇଥିବା ବେଳେ ଗୁରୁବାର ରାତିରେ ୩ ଟ୍ୟାଙ୍କର ଡ୍ରାଇଭରଙ୍କ ଅସ୍ୱାଭାବିକ ମୃତୁ୍ୟ ହୋଇଛି । ମୃତୁ୍ୟର କାରଣ ଜଣାପଡିନାହିଁ । ଗୁରୁବାର ବିଳମ୍ବିତ ରାତିରେ ଏହି ୩ ଡ୍ରାଇଭର ଛଟପଟ ହେଉଥିବା ଅନ୍ୟ ଟ୍ୟାଙ୍କର ଡ୍ରାଇଭରମାନେ ଦେଖିଥିଲେ । ସେମାନଙ୍କ ମଧ୍ୟରୁ ଜଣକର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ମୃତୁ୍ୟ ହୋଇଥିଲା । ଅନ୍ୟ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ହୋଇଛି । ତେବେ କେଉଁ କାରଣରୁ ଏମାନଙ୍କର ମୃତୁ୍ୟ ହୋଇଛି ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଲକ୍ଡାଉନ୍ ପୂର୍ବରୁ ଖୋର୍ଦ୍ଧାର ଏକ କମ୍ପାନୀ ପାଇଁ ସ୍ପିରିଟ୍ ନେବାକୁ ଟ୍ୟାଙ୍କର ନେଇ ଏହି ୩ ଡ୍ରାଇଭର ଶକ୍ତି ସୁଗାର୍ସକୁ ଆସିଥିଲେ । ମାତ୍ର ମାଲ ନେଇ ନ ଥିବାରୁ ଏମାନେ ଏଠାରେ ରହି ଯାଇଥିଲେ । ସମସ୍ତ ମୃତକ ବିହାରର ହୋଇଥିବା ବେଳେ ସେମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି ।
Comments are closed, but trackbacks and pingbacks are open.