ତାଲିକା ସଂଶୋଧନ କଲା ସ୍ୱାସ୍ଥ୍ୟ ବିଭାଗ, ରାଜ୍ୟରେ ୨୭୧ ନୁହେଁ ୨୭୦ ପଜିଟିଭ୍

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତାଲିକାରେ ସଂଶୋଧନ କରିଛି ସ୍ୱାସ୍ଥ୍ୟ ବିଭାଗ । ପୂର୍ବରୁ ୨୭୧ଜଣ ସଂକ୍ରମିତ ରହିଥିବା ରିପୋର୍ଟ ଆସିଥିଲା । ଏବେ ଏହାକୁ ୨୭୦ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିହ୍ନଟ ହୋଇଥିବା ସଂକ୍ରମିତ ମହାରାଷ୍ଟ୍ରର ବୋଲି ବିଭାଗ କହିଛି ।
ରାଜ୍ୟରେ ଶୁକ୍ରବାର ଚିହ୍ନଟ ହୋଇଥିବା ୫୨ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା। ଫଲରେ ରାଜ୍ୟରେ ମୋଟ୍ ସଂଖ୍ୟା ୨୭୧ରେ ପହଁଚିଥିଲା । ଏହା ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪୩ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫ଜଣ, ଖୋର୍ଧାରୁ ଜଣେ ଏବଂ ଭଦ୍ରକ ଜିଲ୍ଲାରୁ ୩ଜଣ ରହିଥିଲେ । ତେବେ ଖୋର୍ଧାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ମହାରାଷ୍ଟ୍ରର ହୋଇଥିବା ବିଭାଗ କହିଛି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୦ରେ ପହଁଚିଛି ।
ଗଞ୍ଜାମ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା୭୧ରେ ପହଞ୍ଚିଥିବା ବେଳେ କେହି ହେଲେ ବି ଏପର୍ୟ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬ଟି ଆକ୍ଟିଭ କେସ୍ ରହିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୨ଟି ଆକ୍ଟିଭ କେସ୍ ଥିବାବେଳେ ୧୨ଜଣ ସୁସ୍ଥ ହୋଇ ଫେରିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗୁରୁବାର ବିଭିନ୍ନ ସ୍ଥାନରୁ ୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଫଳରେ ଗୁରୁବାର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଥିଲା । ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ ଗଞ୍ଜାମ ଜିଲ୍ଲାର, ୪ ଜଣ ମୟୁରଭଞ୍ଜ ଜିଲ୍ଲାର, ୨ ଜଣ ବାଲେଶ୍ବର ଜିଲ୍ଲାର, ଜଣେ ଜଗତସିଂହପୁର ଜିଲ୍ଲାର ଏବଂ ୩ ଜଣ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ । ତେବେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କାହାର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିଲା ତ କାହାର ସୁରଟ ଲିଙ୍କ୍‌ ରହିଥିଲା । ସେହିପରି ଗୁରୁବାର ଜଣେ ସଂକ୍ରମିତ ସୁସ୍ଥ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons