ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ: ମନ୍ତ୍ରୀ ପଦ୍ମନାଭ ବେହେରା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୁପ୍ରିମକୋର୍ଟଙ୍କ ରାୟ ପରେ ପର୍ଯ୍ୟାୟକ୍ରମେ ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ । ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜରାଟର ଅହମ୍ମଦାବାଦ ଓ ସୁରଟରୁ ଟ୍ରେନ୍ ଆସିବ । ଏନେଇ ପ୍ରକ୍ରିୟା ଜାରି ରହିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେ କହିଛନ୍ତି, ଲୋକେ କେମିତି ଭଲ ଭାବେ ଆସିବେ ଓ କ୍ୱାରେଣ୍ଟାଇନ୍ ନିୟମ ମାନିବେ, ସେନେଇ ରାଜ୍ୟ ସରକାର ବେଶୀ ଗୁରୁତ୍ୱ ଦେଉଛନ୍ତି । ଶନିବାର ଓ ରବିବାର ମଧ୍ୟରେ ଏହିସବୁ ରାଜ୍ୟରୁ ଟ୍ରେନ୍ ଆସିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏକାଥରକେ ଲକ୍ଷ ଲକ୍ଷ ଲୋକ ଆସିବା ସମ୍ଭବ ନୁହେଁ । ଧୀରେ ଧୀରେ ଲୋକେ ନିଶ୍ଚିତ ଆସିବେ । ବସ୍ ଦ୍ୱାରା ଆଉ କେହି ଆସି ପାରିବେ ନାହିଁ । ତେବେ ବ୍ୟକ୍ତିଗତ ଭାବେ ଅନୁମତି ନେଇ ବସ୍ରେ ଆସି ପାରିବେ । ସୂଚନାଯୋଗ୍ୟ , ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂଖ୍ୟା ୨୮୭ ରେ ପହଞ୍ଚôଛି । ସେଥିମଧ୍ୟରୁ ୬୩ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତୁ୍ୟ ଘଟିଛି । ଏବେବି ୨୨୨ଟି ମାମଲା ସକ୍ରିୟ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons