କରଞ୍ଜିଆ,(ବି.ବି.ନୁ୍ୟଜ୍): ମୟୂରଭର ଜିଲ୍ଲା ଜଶୀପୁର ସ୍ଥିତ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଶନିବାର କରଞ୍ଜିଆ ଅଞ୍ଚଳରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ୩ଫୁଟ ଲମ୍ବର ଏକ କଲରାପତରିଆ ବାଘ ଚମଡ଼ା ଜବତ କରାଯାଇଥିଲା । ଏହା ସହ ଏହି ଘଟଣାରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରୁ ୩ ଜଣ କରଞ୍ଜିଆ ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଠାକୁରମୁଣ୍ଡା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁଇପର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଉଦ୍ଧାର ହୋଇଥିବା ବାଘ ଛାଲ ଦୁଇବର୍ଷ ତଳର ବୋଲି ବନ ବିଭାଗ କର୍ମଚାରୀମାନେ ଅନୁମାନ କରୁଛନ୍ତି । ତେବେ ଏହି ବାଘକୁ କେଉଁଠି ଓ କିଏ ହତ୍ୟା କରିଛି, ସେ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।


Comments are closed, but trackbacks and pingbacks are open.