ଘରେ ପଶି ଲୁଟିନେଲେ ୩୦ ହଜାର ଟଙ୍କା ଓ ଅଳଙ୍କାର

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଲିଆଖାଇ ଗାଁର ବୃନ୍ଦାବନ ନାଇକଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ଘରୁ ନଗଦ ୩୦ ହଜାର ଟଙ୍କା, ଦୁଇ ଭରି ସୁନା ଓ ୧୦ ତୁଳା ରୂପା ଅଳଙ୍କାର ଚୋରି ହୋଇଛି । ଶନିବାର ବିଳମ୍ବିତ ରାତିରେ ବୃନ୍ଦାବନ ଓ ତାଙ୍କ ପରିବାର ଲୋକେ ଶୋଇଥିଲେ । ଏହି ସମୟରେ ଗେଟ୍ ତାଲା ଭାଙ୍ଗି ଚୋରମାନେ ତାଙ୍କ ଘରେ ଭିତରେ ପଶି ଲୁଟ୍ପାଟ କରିଥିଲେ । ଏନେଇ ରବିବାର ସକାଳେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଛି । ତେବେ ଚୋରଙ୍କ ସଂପର୍କରେ କିଛି ଜଣାପଡିନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons