କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ଦୁର୍ଲଭପୁର ଗାଁ ପାଖରେ ଥିବା କାଜୁ ବଗିଚାରେ ଜଙ୍ଗଲି ବାର୍ହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କ ନାଁ ଅମରେନ୍ଦ୍ର ମହାପାତ୍ର । ରବିବାର ସକାଳେ ଅମରେନ୍ଦ୍ର ଏହି କାଜୁ ବଗିଚାରେ କାଜୁ ତୋଳୁଥିଲେ । ଏହି ସମୟରେ ଜଙ୍ଗଲି ବାର୍ହାଟି ତାଙ୍କୁ ଆକ୍ରମଣ କରିଥିଲା । ବାର୍ହା ତାଙ୍କ ଜଙ୍ଘକୁ କାମୁଡ଼ି ଦେଇଥିଲା । ଅମରେନ୍ଦ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତେଳକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।


Comments are closed, but trackbacks and pingbacks are open.