ଶିଳ୍ପସଂସ୍ଥା ପାଇଁ ଗାଇଡ୍ ଲାଇନ୍ : ଲକ୍ ଡାଉନ୍ ପରେ ଖୋଲିବାର ପ୍ରଥମ ସପ୍ତାହ ଟ୍ରାଏଲରେ ଚାଲିବ

Get real time updates directly on you device, subscribe now.

ଭୁବନେଶ୍ବର : ଲକ୍ ଡାଉନ୍ ପରେ ଖୋଲିବାକୁ ଥିବା କାରଖାନାଗୁଡିକ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । କାରଖାନାଗୁଡିକ ଖୋଲିବା ପରେ ସୁରକ୍ଷା ପ୍ରୋଟୋକଲ୍ ସମେତ ଅନ୍ୟ କେତେକ ବିଷୟ ପ୍ରତି ଧ୍ୟାନ ରଖିବାକୁ ପଡିବ ।
ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଗୋଟିଏ କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଦୁର୍ଘଟଣାରେ ୧୧ ଜଣ ଲୋକଙ୍କର ମୃତ୍ୟୁପରେ ଏହି ଗାଇଡ୍ ଲାଇନ୍ ଜାରି କରାଯାଇଛି। ଲକ୍ ଡାଉନ୍ ପରେ ଯେତେବେଳେ କାରଖାନାଗୁଡିକ ଖୋଲିବ ସେତେବେଳେ ପ୍ରଥମ ସପ୍ତାହ ଟ୍ରାଏଲ ଭାବେ ଚଳାଇବାକୁ କୁହାଯାଇଛି।
ସୁରକ୍ଷା ପାଇଁ ବ୍ୟାପକ ସାବଧାନତା ଗ୍ରହଣକ କରିବାକୁ କୁହାଯାଇଛି । ଏହି ସମୟରେ ଅଧିକ ଉତ୍ପାଦନ ପାଇଁ କାରଖାନା କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିବା ଉଚିତ୍ ନୁହେଁ। କାରଖାନା ପରିସରରେ ୨୪ ଘଣ୍ଟା ସାନିଟାଇଜେସନ ପ୍ରକ୍ରିୟା ଚାଲୁ ରହିବା ଆବଶ୍ୟକ ।
ଲଞ୍ଚ୍ ରୁମ୍, କମନ୍ ଟେବୁଲ୍ ପ୍ରତି ଦୁଇ ତିନି ଘଣ୍ଟାରେ ସାନିଟାଇଜ୍ କରାଯିବା ଆବଶ୍ୟକ। କର୍ମଚାରୀମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ । ୨୫ ମାର୍ଚ୍ଚରୁ ଲକ୍ ଡାଉନ୍ ହେବା ପରଠାରୁ ଦେଶର ଅନେକ ଶିଳ୍ପସଂସ୍ଥା ବନ୍ଦ ରହିଛି।ସରକାରଙ୍କ ଅନୁମତି ବିନା ମହିଳା ଶ୍ରମିକ କାରଖାନାରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ୟ୍ୟନ୍ତ କାର୍ୟ୍ୟ କରିବେ ନାହିଁ।
ଜଣେ ଶ୍ରମିକ ସପ୍ତାହକୁ ସର୍ବାଧିକ ୨୪ ଘଣ୍ଟା ଓଭର୍ ଟାଇମ୍ କରିପାରିବେ ଓ ଦେନିକ ଅତିରିକ୍ତ ୪ ଘଣ୍ଟା ଓଭର୍ ଟାଇମ୍ ମଜୁରୀ ପ୍ରଦାନ କରାଯିବ। କୋଭିଡ୍ ମୁକାବିଲା ସମ୍ପର୍କିତ ନିୟମକୁ କଡାକଡି ଅନୁପାଳନ କରାଯିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons