ବାଲିପାଟଣା: ବିଧବା ଭାଇ ବୋହୂକୁ ଦେଢ଼ଶୂରର ଦୁଷ୍କର୍ମ ଅଭିଯୋଗ। ସୈତାନ ଦେଢ଼ଶୂରକୁ ବାନ୍ଧିଲା ବାଲିପାଟଣା ପୋଲିସ୍। ବାଲିପାଟଣା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ତାଙ୍କ ଦେଢ଼ଶୂର ତାଙ୍କ ଘରେ ଆଶ୍ରୟ ଦେଇଥିଲେ। ଗତ ଏପ୍ରିଲ ମାସ ୧୪ ତାରିଖରେ ଘରେ କେହି ନଥିବାର ସୁଯୋଗ ଦେଇ ସଂପୃକ୍ତ ଦେଢ଼ଶୁର ନିଜ ଭାଇ ବୋହୂଙ୍କୁ ବଳ ବଳ ପୂର୍ବକ ଦୁଷ୍କର୍ମ କରିଥିବା ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି। ଏହାସହ ପୁର୍ନବାର ମେ ମାସ ୩ ତାରିଖରେ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ। ଥାନାକୁ ଗଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲା ଦେଢ଼ଶୂର ସୁରେନ୍ଦ୍ର ସେଠୀ। ଅଭିଯୋଗ ଆଧାରରେ ବାଲିପାଟଣା ପୋଲିସ୍ ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିପାଟଣା ପୋଲିସ୍।
Comments are closed, but trackbacks and pingbacks are open.