ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ଓ ତାର ମୁକାବିଲା ପ୍ରସଙ୍ଗରେ ଆସନ୍ତାକାଲି (ସୋମବାର) ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ ରବିବାର ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ସୋମବାର ଅପରାହ୍ନ ୩ଟାରେ ଏହି ଆଲୋଚନା ଅନୁÂିତ ହେବ । ଏଥର ଆଲୋଚନା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି । କାରଣ ଏହି ଆଲୋଚନା ବେଳେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଅନୁମତି ମିଳିବ । ପୂର୍ବରୁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ତାହା ପିଏମ୍ଓ ସ୍ଥିର କରୁଥିଲା । ଦେଶରେ କରୋନା ଭାଇରସ୍ ସଂକ୍ରମଣ ଘଟିବା ପରେ ଏହା ହେବ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପଞ୍ଚମ ଭିଡିଓ କନ୍ଫରେନ୍ସିଂ ଆଲୋଚନା । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବାରେ ଦେଖାଦେଇଥିବା ସମସ୍ୟା ଓ ମେ ୧୭ ତାରିଖରେ ଲକ୍ଡାଉନ ହଟିବା ପରେ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେସବୁ ବିଷୟ ଏହି ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି । କେନ୍ଦ୍ର ସରକାର ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ଲକ୍ଡାଉନ କିଛିଦିନ ଭିତରେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ଉଠାଯିବ । କିନ୍ତୁ କଣ୍ଟେନମେଣ୍ଟ କିମ୍ବା ହଟସ୍ପଟ ଅଞ୍ଚଳରୁ ଏବେ ଲକ୍ଡାଉନ ହଟାଯିବ ନାହିଁ । ଲକ୍ଡାଉନ ଯୋଗୁ କେନ୍ଦ୍ର ଓ ରାଜ୍ୟର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି । ତାକୁ ଦୃଷ୍ଟିରେ ରଖି ଗତ କିଛିଦିନ ହେଲା କେତେକ ଅଞ୍ଚଳରେ ଲକ୍ଡାଉନ କଟକଣା କୋହଳ କରାଯିବା ସହ କୃଷିକାର୍ଯ୍ୟ, ନିର୍ମାଣ କାର୍ଯ୍ୟ ଓ ମନ୍ରେଗା ଭଳି କିଛି ଅର୍ଥନୈତିକ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି । ଏଥିସହ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରଯାଉଥିବା ଦୋକାନ, ଗୋଟିକିଆ ଦୋକାନ, ମଦ ଦୋକାନ ଓ ଶିଳ୍ପ କାରଖାନା ଖୋଲିବାକୁ ଅନୁମତି ମଧ୍ୟ ମିଳିଛି ।
ଭାରତରେ କରୋନା ଭାଇରସ୍ ଦୀର୍ଘଦିନ ଧରି ପ୍ରଭାବ ବିସ୍ତାର କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତଦେବା ପରେ ଏବେ ସଂକ୍ରମଣକୁ ରୋକିବା ସହିତ କିଭଳି ଦେଶରେ ସ୍ୱାଭାବିକ ଅବସ୍ଥା ଫେରାଇ ଅଣାଯାଇପାରିବ ତାହା ଉପରେ କେନ୍ଦ୍ର ସରକାର ଅଧିକ ଫୋକସ୍ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସମେତ କିଛି ବରିÂ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ମାର୍ଚ୍ଚ ୨୫ରେ ୨୧ ଦିନିଆ ଲକ୍ଡାଉନ କାର୍ଯ୍ୟକାରୀ କରାଯାଇଥିଲା । ଏହା ଏପ୍ରିଲ ୧୪ରେ ଶେଷ ହେବା କଥା । କିନ୍ତୁ ପରେ ତାକୁ କେନ୍ଦ୍ର ସରକାର ପୁଣି ୧୯ ଦିନ ଅର୍ଥାତ ମେ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ । ଶେଷରେ ସରକାର ପୁଣି ଥରେ ଦୁଇ ସପ୍ତାହ ଅର୍ଥାତ ମେ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons