ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ (କୋଭିଡ-୧୯)ର କାୟା ପ୍ରତିଦିନ ବଢ଼ିବାରେ ଲାଗିଛି । ତେଣୁ ମେ ୧୭ ତାରିଖରେ ଶେଷ ହେଉଥିବା ଲକ୍ଡାଉନ ୩.୦କୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯିବ ନାହିଁ । ଲକ୍ଡାଉନ କଟକଣାକୁ ଆହୁରି କୋହଳ କରାଯିବ ଓ ଏହାକୁ ଧୀରେ ଧୀରେ ଉଠାଯିବ ବୋଲି ଜଣାପଡିଛି । ରବିବାର କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଭିଡିଓ କନ୍ଫରେନ୍ସିଂ ବୈଠକରେ ଆଲୋଚନା କରିବା ଅବସରରେ ଏଭଳି ସଙ୍କେତ ମିଳିଛି ।
ବୈଠକରେ ସାମିଲ ଜଣେ ଅଧିକାରୀଙ୍କ କହିବାନୁଯାୟୀ କେନ୍ଦ୍ର ସରକାର ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ପାଇଁ ଧାର୍ଯ୍ୟ କରିଥିବା କଟକଣାକୁ ନେଇ କେତେକ ରାଜ୍ୟ ଆପତ୍ତି ଉଠାଇଛନ୍ତି । ତେଣୁ ତାକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ବାହାରେ ରହୁଥିବା ଅଞ୍ଚଳକୁ ଅଧିକ ରିହାତି ମିଳିବ । ରେଡ୍ଜୋନ୍ ଅଞ୍ଚଳରେ କଟକଣା ବଳବତ୍ତର ରହିବ । କିନ୍ତୁ ରେଡ୍ଜୋନରେ ଥିବା ଜିଲ୍ଲାକୁ ସମ୍ପୂର୍ଣ୍ଣ କଟକଣାରେ ରଖାଯିବ ନାହିଁ । କେବଳ ସଂକ୍ରମିତ ଅଞ୍ଚଳ ଓ ତାର ଆଖପାଖରେ କଟକଣା ରହିବ । ଯାହାକି କଣ୍ଟେନମେଣ୍ଟ ଅଞ୍ଚଳ ଭିତରେ ରହିବ । ଏହା ବାହାରେ ଆର୍ଥିକ ଗତିବିଧିକୁ ଅନୁମତି ମିଳିବ । ତେବେ ସୋମବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବା ପରେ ମେ ୧୭ ପରବର୍ତ୍ତୀ ପରିସ୍ଥିତି କିଭଳି ରହିବ ତା’ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି । ଲକ୍ଡାଉନର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଗ୍ରୀନ୍ଜୋନ ଅଞ୍ଚଳରେ ସବୁ କାର୍ଯ୍ୟକୁ ଅନୁମତି ଦେଇଛନ୍ତି । କିନ୍ତୁ ନିର୍ମାଣ କାର୍ଯ୍ୟ ଠିକ୍ ଭାବେ ହୋଇପାରୁନାହିଁ । ପ୍ରବାସୀ ଶ୍ରମିକଙ୍କ ପଳାୟନ ପରେ ଏହି କ୍ଷେତ୍ର ପାଇଁ ସଙ୍କଟ ସୃଷ୍ଟି ହୋଇଛି । ଶ୍ରମିକ ସଙ୍କଟ ଯୋଗୁ ମାନୁଫ୍ୟାକଚରିଂ ସେକ୍ଟର ମଧ୍ୟ ପ୍ରଭାବିତ ହୋଇଛି ।
ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟା ଭିତରେ ୩୨୭୭ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ବେଳେ ୧୨୮ ଜଣଙ୍କର ମୃତୁ୍ୟ ଘଟିଛି । ସେହିଭଳି ୨୪ ଘଣ୍ଟା ଭିତରେ ୧୫୧୧ ଜଣ ରୋଗୀ ସୁସ୍ଥ ହୋଇପାରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରବିବାର ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୨ ହଜାର ୯୩୯କୁ ବୃଦ୍ଧି ପାଇଛି । ସେଥିରୁ ୪୧ ହଜାର ୪୭୨ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା ବେଳେ ୧୯ ହଜାର ୩୫୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇପାରିଛନ୍ତି । ଦେଶରେ ଆରୋଗ୍ୟ ହାର ୩୦.୭୫ ପ୍ରତିଶତ ରହିଛି । ଦେଶରେ କରୋନା ଜନିତ ମୃତୁ୍ୟସଂଖ୍ୟା ରବିବାର ୨୧୦୯ରେ ପହଞ୍ଚôଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦ ହଜାର ୨୨୮ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲା ବେଳେ ଗୁଜରାଟରେ ୭ ହଜାର ୭୯୬, ଦିଲ୍ଲୀରେ ୬ ହଜାର ୫୪୨, ତାମିଲନାଡୁରେ ୬ ହଜାର ୫୩୫, ରାଜସ୍ଥାନରେ ୩ ହଜାର ୭୦୮, ମଧ୍ୟପ୍ରଦେଶରେ ୩ ହଜାର ୬୧୪ ଓ ଉତ୍ତରପ୍ରଦେଶରେ ୩ ହଜାର ୩୭୩ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିଭଳି ମହାରାଷ୍ଟ୍ରରେ ସର୍ବାଧିକ ୭୭୯ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଥିଲା ବେଳେ ଗୁଜରାଟରେ ୪୭୨, ମଧ୍ୟପ୍ରଦେଶରେ ୨୧୫, ପଶ୍ଚିମବଙ୍ଗରେ ୧୭୧, ରାଜସ୍ଥାନରେ ୧୦୬, ଉତ୍ତରପ୍ରଦେଶରେ ୭୪ ଓ ରାଜଧାନୀ ଦିଲ୍ଲୀରେ ୭୩ ଜଣଙ୍କର ମୃତୁ୍ୟ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି କରୋନା ମୁକାବିଲା ପାଇଁ ଦେଶରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁବିଧା ରହିଛି । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ୪୮୩ଟି ଜିଲ୍ଲାରେ ମୋଟ ୭ ହଜାର ୭୪୦ଟି ସ୍ୱତନ୍ତ୍ର କୋଭିଡ-୧୯ ଚିକିତ୍ସା କେନ୍ଦ୍ର ପ୍ରତିÂା କରାଯାଇଛି । ଚିକିତ୍ସା କେନ୍ଦ୍ରକୁ ୩ ଭାଗରେ ବିଭକ୍ତ କରାଯାଇଛି ଯଥା ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ, କୋଭିଡ ହେଲଥ ସେଣ୍ଟର ଓ କୋଭିଡ କେୟାର ସେଣ୍ଟର । ଏସବୁ କେନ୍ଦ୍ରରେ ୬ ଲକ୍ଷ ୫୬ ହଜାର ୭୬୯ ଆଇସୋଲେସନ ବେଡ୍, ୯୯ ହଜାର ୪୯୨ଟି ଅକ୍ସିଜେନ ଥିବା ବେଡ୍ ଓ ୩୪ ହଜାର ୭୬ ଆଇସିୟୁ ବେଡ୍ ରହିଛି । ସେହିଭଳି ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟେ୍ରାଲ (ଏନ୍ସିଡିସି)ରେ ନମୁନା ପରୀକ୍ଷାକୁ ଆହୁରି ବ୍ୟାପକ କରିବା ଓ ଏହାର ଦକ୍ଷତା ବଢ଼ାଇବା ଉଦେ୍ଧଶ୍ୟରେ କ୍ଷମତାସମ୍ପନ୍ନ ମନ୍ତ୍ରୀଗୋÂୀର ଅନୁମୋଦନ କ୍ରମେ ଅତ୍ୟାଧୁନି କୋବାସ ୬୮୦୦ ମେସିନ ଲଗାଯାଇଛି । ଦିଲ୍ଲୀ, ଏନ୍ସିଆର, ଲଦାଖ, ଜମ୍ମୁ-କାଶ୍ମୀର ଓ ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ନମୁନା ପରୀକ୍ଷାରେ ଏନ୍ସିଡିସି ସହଯୋଗ କରୁଛି । ବର୍ତ୍ତମାନ ଏନ୍ସିଡିସି ପ୍ରତିଦିନ ୩୦୦ରୁ ୩୫୦ ନମୁନା ପରୀକ୍ଷା କରୁଛି । ୨୪ ଘଣ୍ଟାରେ ୧୨୦୦ ନମୁନା ପରୀକ୍ଷା କରିବାର ଦକ୍ଷତା ଏହାର ରହିଛି ।
ଲକ୍ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ଭାରତୀୟ ରେଳବାଇ ଅଧିକ ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିବାକୁ ପ୍ରସ୍ତୁତ ଅଛି । ଏଥିପାଇଁ ସମ୍ପୃକ୍ତ ରାଜ୍ୟ ସରକାରମାନେ ଅନୁମତି ଦେବାକୁ ରେଳମନ୍ତ୍ରୀ ପିୟୁଷ ଗୋୟଲ ଅନୁରୋଧ କରିଛନ୍ତି । ଏଭଳି ଟ୍ରେନ ଚଳାଚଳ କରିବାକୁ ଅନୁମତି ଦେବା ସକାଶେ ଶନିବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିବାର ଦିନକ ପରେ ରେଳମନ୍ତ୍ରୀ ଏଭଳି ଅନୁରୋଧ କରିଛନ୍ତି । ଟୁଇଟ୍ କରି ରେଳମନ୍ତ୍ରୀ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦେ୍ର୍ଧଶରେ ରେଳବାଇ ଗତ ୬ ଦିନ ହେଲା ଦୈନିକ ପ୍ରାୟ ୩୦୦ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଛି । ରାଜ୍ୟ ସରକାରମାନେ ଅନୁମତି ଦେଲେ ରେଳବାଇ ଅଧିକ ଶ୍ରମିକ ଏକ୍ସପ୍ରେସ ଚଳାଚଳ କରିବ ଓ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କୁ ଆଗାମୀ ୩-୪ ଦିନ ଭିତରେ ସେମାନଙ୍କ ରାଜ୍ୟରେ ପହଞ୍ଚାଇଦେବ । ରେଳବାଇର ଜଣେ ବରିÂ ଅଧିକାରୀ କହିଛନ୍ତି ଗତ ୫ ଦିନ ଭିତରେ ଶ୍ରମିକ ଏକ୍ସପ୍ରେସ ଟ୍ରେନରେ ପ୍ରାୟ ୨୦ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ ପହଞ୍ଚାଯାଇଛି । ତେବେ ପଶ୍ଚିମବଙ୍ଗ ଓ ରାଜସ୍ଥାନ ଭଳି ରାଜ୍ୟ ସରକାର ଅନୁମତି ଦେଉନଥିବାରୁ ସେଠାକୁ ଏଭଳି ଟ୍ରେନ ଚଳାଚଳ କରାଯାଇପାରୁନାହିଁ ।
Comments are closed, but trackbacks and pingbacks are open.