୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ :ଜଣେ ଅଟକ, ଗାଡ଼ି ଜବତ

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ୍): ଜରୁରୀ ସାମଗ୍ରୀ ପରିବହନ ଗାଡିରେ ଗଞ୍ଜେଇ ଚାଲାଣ । କିଲେ ଅଧେ ନୁହେଁ ୬ କୁଇଟ୍ଟାଲ ୬ କେଜି । ଯାହାର ମୂଲ୍ୟ ହାରାହାରି ୬୦ ଲକ୍ଷ ଟଙ୍କା । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଅଞ୍ଚଳରୁ ଶନିବାର ଜବତ ହୋଇଛି ଏହି ଗଞ୍ଜେଇ । ଏହି ମାମଲାରେ ମାଛକୁଣ୍ଡ ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଜଲାପୁଟର ମଧ୍ୟପ୍ରଦେଶକୁ ଏହା ଚାଲାଣ ହେଉଥିବା ଜଣାପଡିଛି ।
ପୁଲିସ ସୂଚନା ଅନୁସାରେ, ଘଟଣାଦିନ ଭୋର ସମୟରେ ସ୍ଥାନୀୟ ସଗର ଗାଁ ଛକ ନିକଟରେ ମାଛକୁଣ୍ଡ ପୁଲିସ ଓ ଲମତାପୁଟ ଫାଣ୍ଡି ପକ୍ଷରୁ ପାଟ୍ରୋଲିଂ ବେଳେ ଗାଡିମୋଟର ଯାଞ୍ଚ ହେଉଥିଲା । ଏହି ସମୟରେ ଜଲାପୁଟ ଅଞ୍ଚଳରୁ ଏକ ମିନି ଟ୍ରକ(ଓଆର୧୦ଏଫ୭୧୦୨) ଦ୍ରୁତ ଗତିରେ ଆସୁଥିଲା । ପୁଲିସ ଏହାକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚାଲାଣ କରାଯାଉଥିବା ଜଣାପଡିଥିଲା । ତୁରନ୍ତ ପୁଲିସ ଗାଡିକୁ ଜବତ କରିବା ସହ ଜଣେ ଯୁବକକୁ ଅଟକ ରଖିଥିଲା । ଜବତ ଗଞ୍ଜେଇ ୬ କୁଇଟ୍ଟାଲ ୬ କେଜି ଜଣାପଡିଥିଲା । ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା । ସମ୍ପୃକ୍ତ ଯୁବକକୁ ପଚରାଉଚରା ଜାରି ରହିଥିବା ବେଳେ ଏହି କାରବାରରେ ସ୍ଥାନୀୟ ଅଞ୍ଚଳର କେତେଜଣ ନାମୀ ମାଫିଆ ସମ୍ପୃକ୍ତ ରହିଛନ୍ତି । ଲକଡାଉନ୍ ବେଳେ ମାଫିଆ ସକ୍ରିୟ ହେଉଥିବା ବେଳେ ଏମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁÂାନ ଗ୍ରହଣ କରାଯାଉଛି । ପାଟ୍ରୋଲିଂ ସମୟରେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ସେକେଣ୍ଡ ଅଫିସର ଶୁଭ୍ରନ୍ତ ପଣ୍ଡା, ଲମତାପୁଟ ଫାଣ୍ଡି ଅଧିକାରୀ ମନୁଆ ବିଡିକା, ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କିର୍ସାନୀ ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons