ପୁଣି ଜଣେ ସୁରଟ ଫେରନ୍ତା କରୋନା ସଂକ୍ରମିତ

Get real time updates directly on you device, subscribe now.

ବାରିପଦା, (ବି.ବି.ନୁ୍ୟଜ୍): ମୟୂରଭଞ୍ଜରେ ସୁରଟ ଫେରନ୍ତାଙ୍କ ଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୯ରେ ପହଞ୍ଚିଛି । କପ୍ତିପଦା ପିଙ୍ଗୁ ନୁଦୁଡିହା ଉପ୍ରା ବିଦ୍ୟାଳୟର ଟିଏମସି କେନ୍ଦ୍ରରେ ଗତ ୫ତାରିଖରୁ ଥିବା ଜଣେ ୨୫ବର୍ଷ ବୟସ୍କ ଯୁବକଙ୍କ ଠାରେ କରୋନା ବୋଲି ସୋମବାର ସନ୍ଧ୍ୟାରେ ଜଣା ପଡିବା ପରେ ତାଙ୍କୁ ରାତି ସାଢେ ସାତଟା ସମୟରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ନିଆ ଯାଇଛି ।
ସୂଚନା ମୁତାବକ ସୋମବାର ଚିହ୍ନଟ ହୋଇଥିବା ଯୁବକ ଜଣକ ସୁରଟର ସର୍ଦ୍ଧାର ମାର୍କେଟରେ ଏକ ଚା ଦୋକାନରେ କାମ କରୁଥିଲେ । ପୂର୍ବରୁ ସେହି ଚା ଦୋକାନରେ କାମ କରୁଥିବା ୩ଜଣଙ୍କୁ ଗତ ୮ତାରିଖରେ କରୋନା ପଜିଟିଭ ବୋଲି ଜଣା ପଡିବା ପରେ ସେମାନଙ୍କୁ ମଧ୍ୟ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ନିଆ ଯାଇଥିଲା । ଗତ ୧୦ତାରିଖରେ କପ୍ତିପଦା ବଏଜ ହାଇସ୍କୁଲରେ ରହୁଥିବା ଆଉ ଜଣେ ୩୬ବର୍ଷୀୟ ସୁରଟ ଫେରନ୍ତାଙ୍କ ଠାରେ କରୋନା ପଜିଟିଭ ଜଣା ପଡିଥିଲା । ତେବେ ସୋମବାର ଦିନ ଚିହ୍ନଟ ହୋଇଥିବା ବ୍ୟକ୍ତି କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂକ୍ୟା ୯କୁ ଛୁଇଁଥିବା ବେଳେ ପିଙ୍ଗୁ ନୁଦୁଡିହା ଉପ୍ରାବିଦ୍ୟାଳୟରେ ଥିବା ଟିଏମସି ସେଣ୍ଟରରେ ୮ ସୁରଟ ଫେରନ୍ତାଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କେବଳ ପିଙ୍ଗୁ ନୁଦୁଡିହା ଉପ୍ରାବିଦ୍ୟାଳୟରେ ଥିବା ୧୭ଜଣ ସୁରଟ ଫେରନ୍ତାଙ୍କ ମଧ୍ୟରୁ ୮ଜଣ କରୋନା ପଜିଟିଭ ବୋଲି ଜଣା ପଡିବା ପରେ ଆଉ ୯ଜଣଙ୍କର ଅବସ୍ଥା କ’ଣ ହେବ ସେ ନେଇ ସେମାନଙ୍କ ପରିବାର ମଧ୍ୟରେ ଭାଳେଣି ପଡି ଯାଇଛି । ସେପଟେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରେ କେବଳ ସୁରଟ ଫେରନ୍ତାଙ୍କ ଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଥିବାରୁ ଏହି ଅଞ୍ଚଳକୁ ହଟସ୍ପଟ ବିବେଚନା କରି ସ୍ଥାନୀୟ ଜନତା ଗତ ରବିବାର ଅପରାହ୍ନ ଠାରୁ ୭୨ଘଣ୍ଟା ପର୍ଯ୍ୟନ୍ତ ସର୍ଟ ଡାଉନ୍ କରିଛନ୍ତି । ଫଳରେ ବଜାରରେ ସମସ୍ତ ଦୋକାନ ବନ୍ଦ ଥିବା ଜଣା ପଡିଛି । ସେପଟେ ଗୋପବନ୍ଧୁନଗର ବ୍ଲକକୁ ଫେରିଥିବା ୨ ସୁରଟ ଫେରନ୍ତାଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ବୋଲି ଜଣା ପଡିବା ପରେ ସେମାନେ ଆଶ୍ୱସ୍ତ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons