ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଡାଉନ୍ କଟକଣା ଭିତରେ ମଙ୍ଗଳବାରଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଳିବ । ଏଥିଲାଗି ନିଦେ୍ର୍ଧଶାବଳୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏହି ନିଦେ୍ର୍ଧଶ ଅନୁଯାୟୀ, କେବଳ କନଫର୍ମ ଇ-ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ ।ସ୍ୱାସ୍ଥ୍ୟ ଯାଞ୍ଚ ପରେ କରୋନା ଲକ୍ଷଣ ନଥିବା ଲୋକଙ୍କୁ ବଗିରେ ପ୍ରବେଶ ଅନୁମତି ଦିଆଯିବ । ବଗିର ପ୍ରବେଶ ଓ ପ୍ରସ୍ତାନ ପଥରେ ଯାତ୍ରୀଙ୍କୁ ସାନିଟାଇଜର ଦିଆଯିବ । ପୁରା ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମଙ୍ଗଳବାର ଚାଲିବାକୁ ଥିବା ଟ୍ରେନ୍ ପାଇଁ ସୋମବାରଠାରୁ ଅନ୍ଲାଇନ୍ରେ ବୁକିଂ ହୋଇଛି । ତେବେ ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ୍ ଟିକେଟ ଘଣ୍ଟାଏରୁ କମ୍ ସମୟରେ ସରିଯାଥିବା ନେଇ ସୂଚନା ଦିଆଯାଇଛି । ଏହା ବ୍ୟତୀତ ୧୪ ତାରିଖ ପାଇଁ ମଧ୍ୟ ୯୦ ପ୍ରତିଶତ ଟିକେଟ ବିକ୍ରି ସରିଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣଈ ଏସି ଟିକେଟ ଆଉ ନଥିବା ପୂର୍ବତଟ ରେଳପଥ ସୂଚନା ଦେଇଛି । ସୂଚନାଯୋଗ୍ୟ କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ମାର୍ଚ୍ଚ ମାସରୁ ଦେଶରେ ଟ୍ରେନ୍ ବାତିଲ କରି ଦିଆଯାଇଥିଲା ।


Comments are closed, but trackbacks and pingbacks are open.