ବ୍ରହ୍ମପୁର,(ବି.ବି.ନୁ୍ୟଜ୍): କରୋନା ଆକ୍ରାନ୍ତ ମହିଳା ମେଡିକାଲରେ ଜନ୍ମ ଦେଲେ ଜାଆଁଳା ସନ୍ତାନ । ମହିଳା ଜଣକ ସୁରଟରେ କରୋନାରେ ଆକ୍ରାନ୍ତ ହୋଇ ଫେରିଥିବା ସନେ୍ଦହ କରାଯାଉଛି । ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି । ବୁଧବାର ସକାଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି । ଗତ ରବିବାର ସୁରଟରୁ ଗୋଟିଏ ପରିବାର ଓଡ଼ିଶା ଆସିଥିଲେ । ସେମାନଙ୍କୁ ବ୍ରହ୍ମପୁର ଏକ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା । ରକ୍ତ ଓ ସ୍ୱାବ୍ ଟେଷ୍ଟରୁ କରୋନା ହୋଇଥିବା ଜଣାପଡିବା ପରେ ସେମାନଙ୍କୁ ଶିତଳାପଲ୍ଲୀ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଉକ୍ତ ପରିବାରରେ ଜଣେ ମହିଳା ଥିଲେ ଓ ସେ ଗର୍ଭବତୀ ଥିଲେ । ବୁଧବାର ସକାଳେ ସେ ଗର୍ଭ ଯନ୍ତ୍ରଣା ପାଇଥିଲେ । କୋଭିଡ୍ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ପଠାଇଥିଲେ । ସେଠାରେ ମହିଳା ଜଣକ ଦୁଇଟି ଜାଆଁଳା (ପୁଅ ଓ ଝିଅ) ଜନ୍ମ ଦେଇଥିଲେ । ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.