ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଆସିବ ୩ ଟ୍ରେନ

Get real time updates directly on you device, subscribe now.

ଭଦ୍ରକ : କରୋନା ଭାଇରସ୍‌ ଲକ୍‌ଡାଉନ୍ କାରଣରୁ ଦେଶର ଅନେକ ଭାଗରେ ହଜାର ହଜାର ସଂଖ୍ୟାରେ ଲୋକ ଫସି ରହିଛନ୍ତି। ସେମାନଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ଭାରତୀୟ ରେଲଓ୍ଵେ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଏହା ଜରିଆରେ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମ ଜୀବୀ ଓଡିଶା ଫେରୁଛନ୍ତି। ଏହି କ୍ରମରେ ଆସନ୍ତା କାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଆସିବ ୩ ଟ୍ରେନ। ଆନ୍ଦ୍ରପ୍ରଦେଶର ଚିତ୍ତୋର , ଗୁଜୁରାଟ ର ସୁରତ ଓ ତାମିଲନାଡୁ ର ତିରୁପୁର ରୁ ଆସିବ ସ୍ୱତନ୍ତ୍ର ଟ୍ରେନ। ଗଣମାଧ୍ୟମ କୁ ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।
ଗତକାଲି ଠାରୁ ପ୍ରବାସୀଙ୍କୁ ନେଇ ଆସୁଛି ୩ ଗୋଟି ଟ୍ରେନ। ଗୁରୁବାର ଚିତ୍ତୋରରୁ ଟ୍ରେନ ନମ୍ବର ୦୭୪୦୩ ଦିନ ୧ଟାରେ ଭଦ୍ରକ ଷ୍ଟେସନରେ ପହଞ୍ଚିବ। ସେହି ପରି ସୁରତରୁ ବାହାରିଥିବା ଟ୍ରେନ ନମ୍ବର ୦୯୧୮୯ ସନ୍ଧ୍ୟା ୫ ରେ ଓ ତିରୁପୁରରୁ ଯାତ୍ରା କରୁଥିବା ୦୬୧୩୭ ନମ୍ବର ଟ୍ରେନ ରାତି ୭ଟାରେ ଭଦ୍ରକ ଷ୍ଟେସନରେ ପହଞ୍ଚିବା ନେଇ ସୂଚନା ଦେଇଛି ଜିଲ୍ଲାପ୍ରଶାସନ।
ଉଲ୍ଲେଖଯୋଗ୍ୟ, ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରର ମଙ୍ଗଳଗିରିରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଯୋଗେ ପ୍ରବାସୀ ଓଡ଼ିଆ ଭଦ୍ରକରେ ପହଞ୍ଚିଥିଲେ । ଚରମ୍ପା ଷ୍ଟେସନରେ ପ୍ରାୟ ୪୦୦ ପ୍ରବାସୀ ଓହ୍ଲାଇବା ପରେ ସମସ୍ତଙ୍କୁ ସ୍କ୍ରିନିଂ କରାଯାଇଥିଲା। ଭଦ୍ରକ ଷ୍ଟେସନରେ ପ୍ରବାସୀ ଓହ୍ଲାଉଥିବାରୁ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟେସନ ପରିସର ସମେତ ୫୦୦ ମିଟର ଦୂରତା ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି ।
ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କ ନାଁ ପଞ୍ଜିକରଣ କରିବା ସହ ସ୍ଵତନ୍ତ୍ର ବସ୍ ଯୋଗେ ନିଜ ନିଜ ଜିଲ୍ଲା ଓ ବ୍ଲକକୁ ପଠାଯାଉଛି । ପଞ୍ଚାୟତ କିମ୍ବା ପୌରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କ ରହିବା ବ୍ୟବସ୍ଥା ହୋଇଛି । ଷ୍ଟେସନ ପରିସରକୁ ସଂପୂର୍ଣ୍ଣ ବିଶୋଧନ କରାଯିବା ସହ କିପରି ସାମାଜିକ ଦୂରତା ଅବଲମ୍ବନ କରିଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜିଆରପି, ଆରପିଏଫ, ଭଦ୍ରକ ପୋଲିସ ମୁତୟନ ହୋଇଛନ୍ତି । ଜିଲ୍ଲାର ସମସ୍ତ ଅଧିକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons