ଆନନ୍ଦପୁର: ପାଣିରେ ବୁଡ଼ି ନାବାଳକଙ୍କ ମୃତ୍ୟୁ ହୋଇଛି। ଉପଖଣ୍ଡ ଘଷିପୁରା ଥାନା ଅନ୍ତର୍ଗତ କଲରାଗଡ଼ିଆ ବୈତରଣୀ ନଦୀ ଘାଟରେ ଜଣେ ନାବାଳକ ପାଣିରେ ବୁଡି ନିଖୋଜ ଥିଲେ। ବୁଧବାର ଅର୍ଥାତ ଆଜି ମୃତ ନାବାଳକଙ୍କ ଶବକୁ ଉଦ୍ଧାର କରାଯାଇଛି।
ଘଟଣା ସ୍ଥଳରେ ଘଷିପୁରା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଥିଲା। ପରିବାର ଲୋକଙ୍କ ସୂଚନା ଅନୁଯାୟୀ କଲରାଗଡ଼ିଆ ଗାଁର ସୁଦାମ ନାଇକଙ୍କ ୭ ବର୍ଷ ପୁଅ ଡାକ୍ତର ନାଇକ ନିଜ ବଡବାପା ପୁଅ ସହିତ ନଦୀକୁ ଗାଧୋଇ ଆସିଥିଲା । ତେବେ ସେହି ନଦୀ ଘାଟିରୁ ବାଲି ଉତ୍ତୋଳନ ହେଉଥିବାରୁ ଘାଟ ଟି ଗଣ୍ଡରେ ପରିଣତ ହୋଇଥିବାରୁ ଛୁଆ ଟି ଗାଧୋଇବା ସମୟରେ ନିଖୋଜ ହୋଇଯାଇ ଥିଲା। ନିଖୋଜ ଥିବା ପିଲାଟି ବିଷୟରେ ତା ବଡବାପା ପୁଅ ନିକଟରୁ ଖବର ପାଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର କରିଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ପିଲାଟିର ମୃତଦେହ ଉଦ୍ଧାର କରାଯାଇଛି।
Comments are closed, but trackbacks and pingbacks are open.