ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ପୂର୍ବତଟ ରେଲୱେ ସମସ୍ତ ମେଲ୍ , ଏକ୍ସପ୍ରେସ୍ ଓ ଇଣ୍ଟରସିଟି ଜୁନ୍ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସେହିପରି ପାସେଞ୍ଜର ଟ୍ରେନ୍ ଜୁନ୍ ୩୦ ଯାଏଁ ବାତିଲ ହୋଇଛି । ସମସ୍ତ ସବ୍ ଅର୍ବାନ ଓ ମେଟ୍ରୋ ରେଲ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ପୂର୍ବତନ ରେଳୱେ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏସବୁ ମେଲ୍, ଏକ୍ସପ୍ରେସ୍, ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ୍ ମେ’ ୧୭ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଥିଲା । ଏପଟେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ପ୍ରତିଦିନ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ଗୁରୁବାର ଏକ ଶ୍ରମିକ ସ୍ପେଶାଲ ଟ୍ରେନ୍ ବଲାଙ୍ଗିରରେ ପହଞ୍ଚିଛି । ତାମିଲନାଡୁ ତିରିପୁରରୁ ଆସିଥିବା ଏହି ଟ୍ରେନ୍ । ଏଥିରେ ଗଜପତି, ଗଞ୍ଜାମ , କନ୍ଧମାଳ, କୋରାପୁଟ ନବରଙ୍ଗପୁର ର ୨୦୦ ରୁ ଅଧିକ ଶ୍ରମିକ ଆସିଛନ୍ତି । ସେପଟେ ଗୁରୁବାର ଅପରାହ୍ନ ୫ଟା ୧୫ ମିନିଟ୍ରେ ଏକ ସ୍ୱତନ୍ତ୍ର ଟ୍ରେନ୍ ନୂଆଦିଲ୍ଲୀରୁ ଛାଡ଼ିଛି । ଏହା ଶୁକ୍ରବାର ସନ୍ଧ୍ୟା ୫ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।


Comments are closed, but trackbacks and pingbacks are open.