ଅର୍ଥନୀତିକୁ ସଜାଡ଼ିବାକୁ ରାଜ୍ୟ ଯୋଜନା ବୋର୍ଡର ବ୍ଲୁପ୍ରିଣ୍ଟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): କରୋନା ମୁକାବିଲା ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ସଜାଡ଼ିବା ଓ ଗତିଶୀଳ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନିଦେ୍ର୍ଧଶ ନିଦେ୍ର୍ଧଶ ଦେଇଛନ୍ତି । ଏଥିପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ନୋଡ଼ାଲ ଏଜେନ୍ସୀ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଲୋକସେବା ଭବନରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଦାସବର୍ମା ରାଜ୍ୟର ଅର୍ଥନୀତି ବିଶେଷ କରି ଗ୍ରାମୀଣ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ୪ଟି ପ୍ରମୁଖ କ୍ଷେତ୍ର ଉପରେ ବିସ୍ତୃତ ତର୍ଜମା କରି ବିୋଷଜ୍ଞମାନଙ୍କ ମତାମତ ନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ କହିଛନ୍ତି । କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ଏମ୍ଏସ୍ଏମ୍ଇ, ଜନସ୍ୱାସ୍ଥ୍ୟ , ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ର ମାଧ୍ୟମରେ ରାଜ୍ୟର ଅର୍ଥନୀତିକୁ କିଭଳି ଗତିଶୀଳ କରିହେବ ସେ ନେଇ ବେଅଜ୍ଞାନିକ, ସାମାଜିକ କର୍ମୀ, ଅର୍ଥନୀତିଜ୍ଞ, ଉଚ୍ଚ ପଦାଧିକାରୀଙ୍କ ମତାମତ ପ୍ରସ୍ତୁତ କରାଯିବ । ବିଶେଷ କରି ଏହି ୪ଟି କ୍ଷେତ୍ର ଉପରେ ସମସ୍ତଙ୍କ ସହ ବିଚାରବିମର୍ଶ ଓ ବିସ୍ତୃତ ତର୍ଜମା କରି ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଦ୍ୱାରା ରିପୋର୍ଟ ପ୍ରସ୍ତୁତ କରାଯିବ । ସେହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବା ପୂର୍ବରୁ ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ଅନୁÂାନ ସହିତ ବ୍ୟାପକ ବିଚାରବିମର୍ଶ କରାଯିବ । କରୋନା ପରିସ୍ଥିତି ମଧ୍ୟରେ ଏହି ସମସ୍ତ କ୍ଷେତ୍ରକୁ କିପରି ସଠିକ୍ ପରିଚାଳନା ଓ ମାର୍ଗଦର୍ଶନ କରାଯିବ ତା’ ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱରୋପ କରିଛନ୍ତି । ବିଭିନ୍ନ ପର୍ଯ୍ୟାୟର ଆଲୋଚନା ପରେ ଚୂଡାନ୍ତ ରିପୋର୍ଟ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons