ଅନୁଗୁଳ,(ବି.ବି.ନୁ୍ୟଜ୍): ଅନୁଗୁଳ ଜିଲ୍ଲାର କିଛି ପ୍ରବାସୀ ଶ୍ରମିକ ବୁଧବାର ଭୁବନେଶ୍ୱରରେ ପହଁଚିବା ପରେ ଦୀର୍ଘ ସମୟ ଅପେକ୍ଷା ଓ ପ୍ରଶାସନକୁ ନିବେଦନ କରିବା ପରେ ଶେଷରେ ମଧ୍ୟ ରାତ୍ରରେ ଏକ ଗାଡ଼ି ଯୋଗେ ସେମାନଙ୍କୁ ଅନୁଗୁଳ ଅଣାଯାଇଥିଲା । ତେବେ ର୍ବଁରପାଳ ଓ ତାଳଚେର ବ୍ଲକର କିଛି ପ୍ରବାସୀ ଶ୍ରମିକ ଯେଉଁଥିରେ ମହିଳା ଶ୍ରମିକ ସାମିଲ ସେମାନଙ୍କୁ ନେଇ ଛେଣ୍ଡିପଦା ବ୍ଲକ ବରପଦା ବିଦ୍ୟାଳୟରେ ରଖିବାର ବନେ୍ଦାବସ୍ତ କରାଯାଇଥିଲା । ମାତ୍ର ତାଳଚେର ଓ ବଅଁରପାଳ ବ୍ଳକର ପ୍ରବାସୀ ଶ୍ରମିକ ନିଜ ଅଞ୍ଚଳକୁ ଯିବା ପାଇଁ ଚାହିଁଥିଲେ । ତେଣୁ ଏନେଇ ଛେଣ୍ଡିପଦା ବିଡିଓଙ୍କୁ ଫୋନ୍ କରି ଜଣାଇଥିଲେ । ଫୋନ୍ ରେକଡରୁଯାହା ଶୁଣାଯାଉଛି ଜଣେ ଯୁବତୀ ସମ୍ପୃକ୍ତ ବିଡିଓଙ୍କୁ ଫୋନ୍ କରି ସହାୟତା ମାଗୁଛନ୍ତି । ହେଲେସେମାନଙ୍କୁ ସହାୟତା ବଦଳରେ ବିଡିଓ ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଶୁଣାଯାଉଛି । କହୁଛନ୍ତି ତୁମେ କିଏକି ? ତୁମେ ହେଉଛ .. ମଣିଷ । ଏଠି ଗୋଟେ ଧନ୍ଦା ଚଲେଇଛ । ଏମିତି କେତେ ଜଣ ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଶୁଣାଯାଉଛି । ବଡିଓ ଗାଡ଼ି ନଥିବା କହିବା ସହ ଚାଲି ଚାଲି ଯିବାକୁ କହିିଥିଲେ । ଏହା ସହ ଉତ୍ତେକ୍ତ ହୋଇ ମହିଳା ଶ୍ରମିକଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଜଣେ ବଡିଓଙ୍କ ଏଭଳି ବ୍ୟବହାରକୁ ନେଇ ପ୍ରବାସୀ ଶ୍ରମିକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ବାଲିଆପାଳ ବଡିଓ ପ୍ରବାସୀ ଶ୍ରମିକଙ୍କ ପ୍ରତି ଖରାପ ଭାଷା ପ୍ରୟୋଗ କରିଥିବା ଭିଡିଓ ଭାଇରାଲ ହୋଇଥିଲା ।
Comments are closed, but trackbacks and pingbacks are open.