କେନ୍ଦ୍ରାପଡ଼ାରୁ ୧୩ ପଜିଟିଭ୍ ଚିହ୍ନଟ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ ଥିବା ବେଳେ ଏବେ ଏହି ସଂଖ୍ୟା ୬୨୩ ରେ ପହଞ୍ଚିଛି । କେନ୍ଦ୍ରାପଡ଼ାରେ ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲାପାଳ ଟ୍ୱିଟ୍ କରିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ସଂମସ୍ତ ୧୩ ଚିହ୍ନଟ ସୁରଟ ଫେରନ୍ତା । ଆକ୍ରାନ୍ତମାନେ ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜକନିକା ବ୍ଲକ ଅଞ୍ଚଳର । ସୁରଟରୁ ଫେରିବା ପରେ ସମସ୍ତେ ସରକାରୀ କ୍ୱାରେଣ୍ଟାଇନ୍ରେ ଥିଲେ । ତେଣୁ ସେମାନଙ୍କର କମୁ୍ୟନିଟି ସଂପର୍କ ନାହିଁ । ଏଯାଏ ବାହାର ରାଜ୍ୟରୁ ୫ ହଜାର ପ୍ରବାସୀ ଆସିଥିବା କହିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons