ବିବାହିତା ମହିଳାଙ୍କୁ ଟଣାଓଟରା କରି ବନ୍ଧା ହେଲେ ଜିଆର୍‌ଏସ

Get real time updates directly on you device, subscribe now.

କେନ୍ଦୁଝର:ଜିଆରଏସଙ୍କୁ ପଡିଲା ମହଙ୍ଗା। ଅସଦାଚରଣ ଓ ଧମକ ଦେବା ଅଭିଯୋଗରେ ରସିକିଆ ଜିଆରଏସଙ୍କୁ କୁତୁରୁମୁଙ୍ଗା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନା ପଶି ପଞ୍ଚାୟତରେ ଗତ ଶନିବାର ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ହାତ ବନ୍ଧା ଫଟୋ ଭାଇରାଲ ହୋଇଥିଲା।ଉକ୍ତ ଯୁବକ ଜଣଙ୍କ ହେଲେ ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତର କାର୍ୟ୍ୟରତ ଜି,ଆର,ଏସ ଯତୀନ୍ଦ୍ର ମହାନ୍ତ । ଜିଆରଏସ ଜଣକ ରାତିରେ ବରୁଡ଼ିପଶି ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଘରେ ପଶି ମହିଳାଙ୍କୁ ଟଣା ଓଟରା କରି ଅସଦାଚରଣ କରିଥିଲେ ।
ଏହା ପରିବାର ଲୋକେ ଜାଣିବା ପରେ ଯୁବକଙ୍କୁ ଘରେ ହାତ ବାନ୍ଧି ଅଟକ ରଖିଥିଲେ । ପରେ ଏହି ଖବର ସାରା ଗ୍ରାମରେ କ୍ଷିପ୍ର ଗତିରେ ବ୍ୟାପି ଯାଇଥିଲା ରାତି ସାରା ଯୁବକ ଙ୍କୁ ହାତ ବାନ୍ଧି ଘରେ ଅଟକ ରଖିଥିଲେ ପରିବାର ଲୋକେ। ଖବର ପାଇ ବାହାରେ ରହୁଥିବା ଜନୈକ ମହିଳାଙ୍କ ସ୍ୱାମୀ ଘରେ ପହଁଚିବା ପରେ ଗ୍ରାମବାସୀ ଓ ପରିବାର ଭିତରେ ଆପସ ବୁଝାମଣା ହୋଇଥିଲା । ସେତେବେଳେ ଏ ସମ୍ପର୍କରେ ଥାନା ରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଗ୍ରାମବାସୀ ଉଭୟ ପରିବାରକୁ ବୁଝାମଣା କରି ଚୁକ୍ତିନାମା କରାଯାଇଥିଲା କିନ୍ତୁ ଘଟଣାର ଦୁଇ ତିନି ଦିନ ପରେ ଜି ,ଆର, ଏସ ଯତୀନ୍ଦ୍ର ଉକ୍ତ ପରିବାର କୁ ଧମକ ଚମକ ଦେବା ସହିତ ଜାତିଆଣ ଆକ୍ଷେପ କରିଥିଲେ।ଏନେଇ ମହିଳା ଜଣଙ୍କ ତୁରୁମୁଙ୍ଗା ଥାନା ରେ ଅଭିଯୋଗ କରିବାପରେ ତୁରୁମୁଙ୍ଗା ପୋଲିସ ଜି,ଆର,ଏସ ଯତୀନ୍ଦ୍ର ମହାନ୍ତ ଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons