ପ୍ରବାସୀ ଶ୍ରମିକଙ୍କୁ ଧରି ରାୟଗଡ଼ାରେ ପହଞ୍ଚôଲା ଟ୍ରେନ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ବିଭିନ୍ନ ସ୍ଥାନରେ ରହିଯାଇଥିବା ପ୍ରବାସୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସରକାର ଚଳାଉଛନ୍ତି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ । ଏହି କ୍ରମରେ ଶନିବାର ସକାଳ ୭ଟାରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରୁ ପ୍ରବାସୀ ଶ୍ରମିକଙ୍କୁ ଧରି ଏକ ଟ୍ରେନ୍ ରାୟଗଡ଼ା ପହଞ୍ଚିଥିଲା । ଏହି ଟ୍ରେନ୍ରେ ୬ଟି ଜିଲ୍ଲାର ୨୦୨ ଜଣ ଶ୍ରମିକ ଆସିଥିଲେ । ସେମାନେ ସମସ୍ତେ ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର । ଶ୍ରମିକମାନେ ପହଞ୍ଚିଲା ପରେ ସେମାନଙ୍କର ପଞ୍ଜୀକରଣ କରାଯାଇଥିଲା । ଏଥିସହ ସେମାନଙ୍କର ଥର୍ମାଲ ସ୍କ୍ରିନ୍ କରାଯାଇଥିଲା । ସେମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଇଥିଲା । ଏଥିସହ ଶ୍ରମିକମାନଙ୍କୁ ସେମାନଙ୍କର ନିଜ ନିଜ ଜିଲ୍ଲାକୁ ପଠାଇବାକୁ ସ୍ୱତନ୍ତ୍ର ବସ୍ର ବ୍ୟବସ୍ଥା କରାଯାଇଥିଲା । ପ୍ରବାସୀମାନେ ଫେରୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଭୋର ୫ଟାରୁ ସନ୍ଧ୍ୟା ୭ଟା ଯାଏ ରାୟଗଡ଼ା ସହର ସମେତ ଆଖାପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଏଥିସହ ସହରର ପିତାମହଲରୁ ଜେକେ ରୋଡ୍, ରେଳ ଷ୍ଟେସନ, ନୁ୍ୟ ବସ୍ଷ୍ଟାଣ୍ଡଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ଲୋକଙ୍କ ସମାଗମ ଓ ଯାତାୟତକୁ ବାରଣ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons