ପୁଅକୁ ଭାରରେ ବୋହି ୧୨୦ କି.ମି. ଚାଲିଲେ ଶ୍ରମିକ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ଦାଦନ ଶ୍ରମିକଭ୍କୁ ଯାତନା ଦେଉଛି କରୋନା କଟକଣା । ଲକ୍ଡାଉନ୍ ଯୋଗୁ କାମଧନ୍ଦା ବନ୍ଦ ହୋଇଯିବା ପରେ ଖାଇବାକୁ ନ ପାଇ ଘରମୁହାଁ ହେଉଛନ୍ତି ହଜାର ହଜାର ଦାଦନ ଶ୍ରମିକ । କିନ୍ତୁ ଯାତାୟତ ମାଦ୍ୟମ କିଛି ନଥିବା ବେଳେ ଗାଡ଼ି ଭଡ଼ା କରି ଯିବାକୁ ବି ପାଖରେ ସମ୍ବଳ ନାହିଁ । ଏପରି ସ୍ଥିତିରେ ପଦଯାତ୍ରା ଛଡ଼ା ଆଉ କିଛି ବିକଳ୍ପ ସେମାନଙ୍କୁ ଦେଖାଯାଉନି । ଫଳରେ ନିଜ ଜୀବନକୁ ବିପଦରେ ପକାଇ ହଜାରେ ହଜାର ମାଇଲ୍ ବାଟ ବି ଚାଲିବାକୁ ପଛାଉ ନାହାନ୍ତି । ଏହି ସମୟରେ ବହୁ ହୃଦୟ ବିଦାରକ ଘଟଣା ସାମନାକୁ ଆସୁଛି । କେଉଁଠି ବାଟ ସରିବା ଆଗରୁ ଜୀବନ ଚାଲି ଯାଉଛି ତ କେଉଁଠି ଟ୍ରଲି ଓ କାଠପଟାରେ ଛୁଆକୁ ବୋହି ମାଇଲ ମାଇଲ୍ ବାଟ ଆଗକୁ ବଢ଼ି ଚାଲୁଛି ପ୍ରବାସୀ ଶ୍ରମିକ । ପ୍ରତିଦିନ ଆଖି ଆଗକୁ ଆସୁଥିବା ଏପରି ହୃଦୟ ବିଦାରକ ଘଟଣା ମନରେ ଆଲୋଡ଼ନ ସୃଷ୍ଟି କରିବା ପରେ ଏବେ ଓଡ଼ିଶାରେ ମଧ୍ୟ ସାମ୍ନାକୁ ଆସିଛି ଏପରି ଏକ ଉଦବେଗଜନକ ଚିତ୍ର । ମୁଣ୍ଡ ଉପରେ ଟାଣ ଖରା ହେଉଥିବା ବେଳେ କଅଁଳ ପାଦରେ ମାଇଲ ମାଇଲ ବାଟ ଚାଲିବାର ବଳ ନଥିବା ଜାଣିପାରି ବାପା ଭାର କରି ତା’ର ୨ ପେଟ ୨ ଛୋଟ ଛୁଆଙ୍କୁ ବୋହି ନେଇଛି । ସେମାନଙ୍କ ମଧ୍ୟରୁ ବଡ଼ ଛୁଆଟି ବେଳେ ଚାଲୁଥିବା ବେଳେ ସାନ ଛୁଆର କୁନି ପାଦରେ କିନ୍ତୁ ସେତିକି ବଳ ନଥିଲା । ଏପରି ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ । ଲକ୍ଡାଉନ୍ ପରେ କାମ ଧନ୍ଦା ହରାଇ ଭଦ୍ରକରୁ ୧୨୦ କିଲୋମିଟରରୁ ଅଧିକ ରାସ୍ତା ଚାଲି ଚାଲି ମୟୁରଭଞ୍ଜ ଜିଲ୍ଲାର ମେରଡ଼ା ବ୍ଳକସ୍ଥିତ ନିଜ ଗାଁକୁ ଫେରିଛନ୍ତି ଏହି ଶ୍ରମିକ । ସାଙ୍ଗରେ ପନôୀ ଓ ୩ପିଲା ଥିଲା ବେଳେ ସାନ ୨ ପୁଅଙ୍କ ବୟସ କମ୍ । ତେଣୁ ସେମାନଙ୍କ ଲାଗି ଭାର କରି ବାପା ଆଗକୁ ଆଗ ପାଦ ପକାଇ ପ୍ରାୟ ୫ଦିନ ପରେ ନିଜ ଗାଁରେ ପହଞ୍ଚିଥିବା ଜଣାଯାଇଛି । ଗାଁରେ ପହଞ୍ଚିବା ପରେ ସେମାନଙ୍କୁ ଗାଁ ସ୍କୁଲରେ ହୋଇଥିବା ସ୍କୁଲ ଘରେ ରଖାଯାଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons