ଘରକୁ ଫେରିବାର ବିକଳ ଚିତ୍ର, ନିରାପତ୍ତାକୁ ନିଘା ନାହିଁ

Get real time updates directly on you device, subscribe now.

ଝାରସୁଗୁଡା: କିଏ ଚାଲି ଚାଲି ତ କିଏ ପ୍ରବଳ ଖରାରେ ଟ୍ରକ ଉପରେ ବସି ନିଜ ଘରକୁ ଫେରୁଛନ୍ତି।ଆଉ କିଏ ଟ୍ରକ ଡାଳାରେ ତମ୍ବୁ ଟକେ ତ କିଏ ଅଟୋରେ ଫେରୁଛନ୍ତି ସୁଦୂର ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ଅନ୍ୟ ରାଜ୍ୟରୁ।ପ୍ରବାସୀଙ୍କ ଦୁଃଖ ଯିବାର ନାଁ ନେଉ ନଥିବା ବେଳେ ନିଜ ରାଜ୍ୟକୁ ଫେରିବାକୁ ବାହାରିଥିବା ଲୋକଙ୍କ କଷ୍ଟ ସହି ନପାରି ଝାରସୁଗୁଡାରେ ଆଗନ୍ତୁକଙ୍କୁ ସେବା କରିବା ଆଗେଇ ଆସିଛନ୍ତି ସ୍ବେଚ୍ଛାସେବୀ।
ଝାରସୁଗୁଡାର ବାଇପାସ ରାସ୍ତା ହୋଇଛି ମହାରାଷ୍ଟ୍ର, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ରୁ ଫେରୁଥିବା ଲୋକଙ୍କ ସଙ୍ଗମ ସ୍ଥଳ।ଏହି ରାସ୍ତା ଦେଇ ପ୍ରତି ମିନିଟରେ ଅନ୍ୟ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ। ଅନେକ ଚାଲିଚାଲି ଆସି ନିଜ ଥକ୍କା ମେଣ୍ଟାଇବାକୁ ବସି ପଡୁଥିଲା ବେଳେ କେହି କେହି ଭୋକରେ ଆଉଟୁ ପାଉଟୁ ହେଉଛନ୍ତି।ଏଭଳି ଅବସ୍ଥାକୁ ଆଖିରେ ଦେଖି ନ ପାରି ବାଇପାସ ଛକ ନିକଟରେ ରହିଥିବା କିଛି ଗ୍ୟାରେଜ ମାଲିକ ନିଜ ନିଜ ସମ୍ବଳରୁ ଗତ ୧୧ ତାରିଖରୁ ଆଗନ୍ତୁକଙ୍କୁ ସେବା ପାଇଁ ଆଗେଇ ଆସିଛନ୍ତି।ପ୍ରବାସୀ ଶ୍ରମିକଙ୍କୁ ବାଇପାସ ଛକରେ ଅଟକାଇ ସେମାନଙ୍କୁ ଖାଇବା ପାଇଁ ରନ୍ଧା ଖାଦ୍ୟ,ବିସ୍କୁଟ ଓ ପାଣି ଯୋଗାଇ ଦେଉଛନ୍ତି।
ଶୁକ୍ରବାର ରାଜ୍ୟ ସରକାର ଆଉ କେହି ଚାଲି ଚାଲି ଯାଇପାରିବେ ନାହିଁ ବୋଲି ଘୋଷଣା କରିବା ପରେ ବହୁଦୂରରୁ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଥିବା ଲୋକଙ୍କ ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରାମ ନେବାପାଇଁ ଆଶ୍ରୟସ୍ଥଳୀ ତିଆରି କରାଇବା ସହ ସେମାନଙ୍କୁ ଗାଡି ଯୋଗାଡ କରି ନିଜ ରାଜ୍ୟକୁ ପଠାଇ ଦିଆଯାଉଛି।ପେଟ ଦି ଚାଖଣ୍ତକ ପାଇଁ ନିଜ ଭିଟା ମାଟି ଛାଡି ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗଳାର ଲୋକେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଯାଇ କରୋନା ସଂକ୍ରମଣ ଭୟ ଓ ଚାକିରୀ ହରାଇ ଲକଡାଉନ ଯୋଗୁଁ ବହୁ ହଇରାଣ ହରକତ ହୋଇ ନିଜ ରାଜ୍ୟକୁ ଫେରୁଥିବା ବେଳେ ଭବିଷ୍ୟତରେ ଆଉ ବାହାରକୁ କାମ କରିବାକୁ ଯିବେନି ।ବରଂ ନିଜର ଗାଁ ରେ ଥିବା ଚାଷ କାର୍ୟ୍ୟ କରି ପେଟ ପୋଷିବା ପାଇଁ ଉଚିତ ମନେ କରିବେ ବୋଲି କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons