ରାଉରକେଲା: ରାଉରକେଲା ବଫର ଜୋନରେ ପୁଣି ଉତ୍ତେଜନା । ପୋଲିସ ଓ ସାଧାରଣ ଜନତା ମୁଁହାମୁହିଁ ହୋଇଛନ୍ତି । ବ୍ୟାରିକେଡ ନିର୍ମାଣକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବଫର ଜୋନର ଶତାଧିକ ଲୋକ । ପୁଣି ଆଣିଲେ ପାତର ଅନ୍ତର ଅଭିଯୋଗ। ଗୋଟିଏ ପଟେ ରାଉରକେଲାରେ କରୋନା ଅକ୍ରାନ୍ତ ଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ କଣ୍ଟେନମେଣ୍ଟ ଜୋନ୍ ଏବଂ ବଫର ଜୋନ୍ କୁ ନେଇ ଥମୁନି ସମସ୍ୟା ।
କଣ୍ଟେନମେଣ୍ଟ ଜୋନ୍ ବାହାର ଥିବା ବଫର ଜୋନ୍ ରେ ପାୱାର ହାଉସ ନିକଟ ଏବଂ ବଙ୍ଗାଳି ପଡା ନିକଟରେ ପ୍ରଶାସନ ତରଫରୁ ନୂତନ ଭାବେ ବ୍ୟାରିକେଡ ନିର୍ମାଣ କାର୍ୟ୍ୟକୁ ବିରୋଧ କରିଛନ୍ତି ଲୋକେ । ବଫର ଜୋନର ଲୋକଙ୍କୁ ହଇରାଣ କରିବା ପାଇଁ ପ୍ରଶାସନ ଅଯଥାରେ ବ୍ୟାରିକେଡ ନିର୍ମାଣ କରି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣି ନିର୍ମାଣ କାର୍ୟ୍ୟକୁ ବିରୋଧ କରିଥିଲେ ଲୋକେ । ଯାହାକୁ ନେଇ ଉତ୍ତେଜନା ଉତ୍ତେଜନା ଦେଖାଦେଇଥିଲା ।
Comments are closed, but trackbacks and pingbacks are open.