ସମ୍ବଲପୁର,(ବି.ବି.ନୁ୍ୟଜ୍): ସମ୍ବଲପୁର ଜିଲ୍ଲାକୁ ଛୁଇଁଲା କରୋନା । ଏହି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ନୂତନ ଭାବେ ଚିହ୍ନଯ ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ଅଛନ୍ତି । ତେବେ ସେ ଜିଲ୍ଲାର କେଉଁ ସ୍ଥାନର ଓ କେମିତି କରେନାରେ ଆକ୍ରାନ୍ତ ହେଲେ, ସେ ବିଷୟରେ କିଛି ସୂଚନା ଆସିନାହିଁ । ଏ ସଂପର୍କିତ ସୂଚନାକୁ ଅପେକ୍ଷା କରାଯାଇଛି । ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା ଓ ବୌଦ୍ଧ ଆଦି ଜିଲ୍ଲାକୁ କରୋନା ଛୁଇଁ ସାରିଛି । ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡିକ ମଧ୍ୟରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାରେ । ଏଠାରେ ୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି । ବାକି ୧୫ ଜଣ ଚିକିତ୍ସାଧୀନ ଅଛନ୍ତି । ବଲାଙ୍ଗିରରେ ୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ବୌଦ୍ଧରେ ମଧ୍ୟ ୪ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ଦେବଗଡ଼ରେ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇସାରିଛନ୍ତି । ଝାରସୁଗୁଡ଼ା ଓ କଳାହାଣ୍ଡିରେ ଦୁଇ ଜଣ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ସମସ୍ତେ ସୁସ୍ଥ ହୋଇ ସାରିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ ରେ ପହଞ୍ଚିଥିବା ବେଳେ ୬୨୭ ଜଣ ଚିକିତ୍ସାଧୀନ ଅଛନ୍ତି । ୧୯୬ ଜଣ ସୁସ୍ଥ ହୋଇସାରିଲେଣି । ୫ ଜଣଙ୍କର ଏଥିରେ ମୃତୁ୍ୟ ଘଟିଛି ।
Comments are closed, but trackbacks and pingbacks are open.