ଅଧା ବାଟରେ ଛାଡ଼ି ପଳାଇଲା ବସ୍:୨୨୦ କି.ମି. ଚାଲିଲେ ପ୍ରବାସୀ ଶ୍ରମିକ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ଆମ ରାଜ୍ୟରେ କୌଣସି ଶ୍ରମିକଙ୍କୁ ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ । ଦାଦନ ଶ୍ରମିକ ଚାଲି ଚାଲି ଯାଉଥିବା ପରି ହୃଦୟଥରା ଚିତ୍ର ସାମ୍ନାକୁ ଆସିବା ପରେ ଶନିବାର ଏପରି କହିଥିଲେ ପୋଲିସ ଡିଜି ଅଭୟ । ହେଲେ ଏହାର ଦିନକ ପରେ ସୁନ୍ଦରଗଡ଼ରୁ ଆସିଛି ଏଭଳି ଏକ ଅଭାବାନୀୟ ଚିତ୍ର । ରାସ୍ତାରେ ଶହ ଶହ କିଲୋମିଟର ଚାଲି ଚାଲି ନିଜ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା କୋରଡ଼ା ବ୍ଲକ ଟେନସାର ପ୍ରାୟ ୧୫ ଜଣ ଶ୍ରମିକ ବିଶାଖାପାଟଣାକୁ କାମ କରିବାକୁ ଯାଇଥିଲେ । ଲକ୍ଡାଉନ୍ ଯୋଗୁ ସେଠାରେ ସେମାନେ ଫସି ରହିଥିଲେ । ହେଲେ ଏବେ ସେମାନେ ନିଜ ଖର୍ଚ୍ଚରେ ଏକ ବସ୍ ଭଡ଼ା କରି ଗାଁକୁ ବାହାରିଥିଲେ । ହେଲେ ବସ୍ ଡ୍ରାଇଭର ସେମାନଙ୍କୁ କୋରଡ଼ାରେ ଛାଡ଼ିବା ପରିବର୍ତ୍ତେ ଶନିବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟ ନିକଟରେ ଛାଡ଼ି ପଳାଇଥିଲା । ତେବେ ସୁନ୍ଦରଗଡ଼ ସହରରୁ ଟେନ୍ସା ଗାଁ ୨୨୦ କିଲୋମିଟର ହୋଇଥିବାରୁ କ’ଣ କରିବେ କାହାକୁ କହିବେ କିଛି ଚିନ୍ତା କରି ପାରି ନଥିଲେ । ସରକାରଙ୍କ ଉପରେ ଭରସା ଆସୁନଥିବା ବେଳେ ନିଜ ପାଦ ଭରସାରେ ଗାଁ ଅଭିମୁଖେ ଆଗେଇ ଚାଲିଲେ ଏହି ପ୍ରବାସୀ ଶ୍ରମିକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons