ସରପଞ୍ଚଙ୍କୁ ହାଣି ମାରିଦେଲେ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ୍): ସରପଞ୍ଚଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଢେ଼ାଲମରା ପଞ୍ଚାୟତରେ ଏହି ଘଟଣା ଘଟିଛି । ମୃତ ସରପଞ୍ଚଙ୍କ ନାଁ ସୁଶାନ୍ତ ବେହେରା । ଶନିବାର ବିଳମ୍ବିତ ରାତିରେ ସେ ପଞ୍ଚାୟତ ଅଫିସରୁ କାମ ସାରି ଘରକୁ ଫେରୁତôବା ବେଳେ ତାଙ୍କ ଗାଁ କୋଠାଘର ଠାରେ ଧାରୁଆ ଅସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ମୁଣ୍ଡ ଏବଂ ପିଠିରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ପ୍ରଥମେ ଗଣିଆ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତୁ୍ୟ ଘଟିଥିଲା । ଶନିବାର ରାତିରେ ସୁଶାନ୍ତଙ୍କ ସହ ତାଙ୍କ ପଡେ଼ାଶୀଙ୍କର ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ଆଲୋଚନା ହେଉଛି । ତେବେ ଖଣ୍ଡପଡ଼ା ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons