ଭଦ୍ରକ: କରୋନା ବେଳେ ନକଲି ଜର୍ଦ୍ଦା । ଦୋକାନ ବଜାର ସବୁ ବନ୍ଦ । କିନ୍ତୁ ତୃତୀୟ ପର୍ୟାୟ ଲକଡାଉନର କଟକଣା ଖୋଲିବା ପୂର୍ବରୁ ଆରମ୍ଭ ହେଲାଣି ନକଲି ଜର୍ଦ୍ଦା ବେପାରୀଙ୍କ ରାଜୁତି । ଏବେ ଠାରୁ ଆଗୁଆ ବେପାର ବଢାଇବା ପାଇଁ ଆରମ୍ଭ କରିଛନ୍ତି ନକଲି ଜର୍ଦ୍ଦା ପ୍ରସ୍ତୁତି । ଏତିକି ବେଳେ ଧାରା ପଡିଛି ୧୦ଲକ୍ଷ ରୁ ଅଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଟାଉନଥାନା ଓ ପୁରୁଣାବଜାର ଥାନା ଅଞ୍ଚଳର ଏକ ଭଡା ଘରେ ଏହି ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ନେଇ ଖବର ମିଳିଥିଲା । ଭଦ୍ରକ ଟାଉନ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିବା ବେଳେ ଦୁଇଟି ଘରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିଲା । ସେଠାରୁ ପୁରୁଣା ବଜାର ଅଞ୍ଚଳ ରେ ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପାଇଁ ସେଠାରେ ମଧ୍ୟ ଚଢ଼ାଉ କରିଥିଲା ପୋଲିସ । କଣ୍ଟାବାଣିଆ ର ବଖରାବାଡି ଅଞ୍ଚଳ ର ଦୁଇ ଟି ଘରେ ଏହି ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଏହାସହ ୩ ଜଣ ମଧ୍ୟ ଥାନାରେ ଅଟକ ଅଛନ୍ତି । ଜର୍ଦ୍ଦା ର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଟାଉନ ଥାନାଧିକାରୀ ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି । ଏହି ଘରୁ ନକଲି ଜର୍ଦ୍ଦାର ଖୋଳ , ଡବା ସହ ସିଲ ମେସିନ ଜବତ ହୋଇଛି । ନକଲି ଜର୍ଦ୍ଦା ପତି ସହ ନକଲି ପରଫ୍ୟୁମ , କେମିକାଲ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି । ଏହି ନକଲି କାରବାରର ଲିଙ୍କ ବିଷୟରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.