ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଖୋର୍ଦ୍ଧା ଉପକଣ୍ଠ ଅଜ୍ଜୁନପୁର ଗାଁ କାଜୁ ଜଙ୍ଗଲରେ ରବିବାର କେତେକ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଜଣାଯାଇଛି । ଏଥିରେ ୨ କାଜୁ ଜଗୁଆଳି ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ୨ ଜଗୁଆଳି ଏକ କ୍ୟାମ୍ପ କରି ଅଜ୍ଜୁନପୁର ଗାଁ କାଜୁ ଜଙ୍ଗଲ ଜଗିଥାନ୍ତି । ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚôଥିଲେ । ପାଟି ଶୁଣି ଉକ୍ତ ୨ ଜଗୁଆଳି କ୍ୟାମ୍ପ ବାହାରକୁ ଆସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଂଗେ ସଂଗେ ଜିଲ୍ଲା ମେଡିକାଲ ନିଆଯାଇଥିବା ବେଳେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣଯାଇଛି । ଖବର ପାଇଁ ଟାଉନ୍ ଥାନା ପୋଲିସ ପହଞ୍ଚô ତନାଘନା ଓ ପଚରାଉଚରା ଆରମ୍ଭ କରିଛି । ହେଲେ କେତେଜଣ ଆସି ବୋମାମାଡ଼ କରିଥିଲେ ଓ ଏହା ପଛର କାରଣ କ’ଣ ତାହା ଏହେବ ବି ଅସ୍ପଷ୍ଟ ରହିଛି ।
Comments are closed, but trackbacks and pingbacks are open.