ଭୁବନେଶ୍ୱର/ଗଞ୍ଜାମ,(ବି.ବି.ନୁ୍ୟଜ୍): ରାଜ୍ୟରେ ୪୮ ଟି ନୂଆ କରୋନା ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ କନ୍ଧମାଳ ଜିଲ୍ଲାର ଅଛନ୍ତି । ଫଳରେ କନ୍ଧମାଳ ଜିଲ୍ଲା ଛୁଇଁଛି କରୋନା । ଏହା ସହିତ ରାଜ୍ୟର ୨୩ଟି ଜିଲ୍ଲାରେ ପହଚିଛି କରୋନା । କନ୍ଧମାଳର ଏହି ଦୁଇ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ସେହିପରି ଏହି ୪୮ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୫ ଜଣ ରହିଛନ୍ତି । ଏହି ୧୫ ଟି ନୂଆ କେସ୍ ସହିତ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ରେ ପହଞ୍ଚôଛି । ସେମାନଙ୍କ ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇଥିବା ବେଳେ ୨୫୬ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୨ ଜଣଙ୍କ ମୃତୁ୍ୟ ଘଟିଛି । ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁରଟରୁ ଓ ଜଣେ ବେଙ୍ଗାଲୁରୁ ଫେରିଥିଲେ । ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୮୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୨୦ ଜଣ ସୁସ୍ଥ ହୋଇଛନ୍ତି ଓ ୪ ଜଣଙ୍କ ମୃତୁ୍ୟ ଘଟିଛି । ବାକି ୬୫୨ ଜଣଙ୍କର ଚିକିତ୍ସା ଚାଲିଛି ।
Comments are closed, but trackbacks and pingbacks are open.