ଭଦ୍ରକ,(ବି.ବି.ନୁ୍ୟଜ୍): ଭୋକ ଯନ୍ତ୍ରଣାରେ ଆଉଟପାଉଟ ହେଉଥିବା ପ୍ରବାସୀ ଡହ ଡହ ଖରାରେପାଦ ଆଗକୁ ବଢ଼ାଇ ମାଇଲମାଇଲ ବାଟ ଅତିକ୍ରମ କରୁଛନ୍ତି । ବାଟରେ କେତେବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ କେତେବେଳେ ପୋଲିସ ଆକ୍ରୋଶର ଶିକାର ହେଉଛନ୍ତି । ହେଲେ ଭଦ୍ରକରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ । ଏଠାୋର ଖୋଦ୍ ପୋଲିସ ପକ୍ଷରୁ ହଜାର ହଜାର ପ୍ରବାସୀଙ୍କୁ ଖାଇବାକୁ ଦିଆଯିବା ସହ ସେମାନଙ୍କୁ ଗାଡ଼ି ବ୍ୟବସ୍ତା କରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଇଛି । ଏପରିକି ଭଦ୍ରକ ଏସ୍ପି ରାଜେଶ ପଣ୍ଡିତ ନିଜେ ଏହାର ତଦାରଖ କରିବା ସହ ପ୍ରବାସୀଙ୍କ ସହ ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଅପରପକ୍ଷେ ଉକ୍ତ ସ୍ଥାନରେ ଏପଟସେପଟ ହେଉଥିବା ଏକ କୁନି ଝିଅକୁ କାଖେଇ କାଖେଇ ଜଣେ ମହିଳା ପୋଲିସ କର୍ମୀ ତା’ ମା ପାଖରେ ଛାଡ଼ିବା ଦୃଶ୍ୟ ଏବେ ଭିନ୍ନ କିଛି କାହାଣୀ ବଖାଣୁଛି । ଓଡ଼ିଶା ସୀମାରେ ଚାଲି ଚାଲି ଯାଉଥିବା ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ସହ ସେମାନଙ୍କ ଖାଇବା ବ୍ୟବସ୍ଥା କରିବାକୁ ପୋଲିସ ଡିଜି କିଛି ଦିନ ପୂର୍ବେ ନିଦେ୍ର୍ଧଶ ଦେଇଥିଲେ । ଏହାପରେ ପୋଲିସ ପକ୍ଷରୁ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଖାଇବା, ପିଇବା ବ୍ୟବସ୍ଥା କରାଯାଉଛି ।ଭଦ୍ରକ ଜିଲ୍ଲା ସୀମା ଦେଇ ଚାଲି ଚାଲି ଝାଡ଼ଖଣ୍ଡ, ବିହରା , ପଶ୍ଚିମବଙ୍ଗ ଯାଉଥିବା ପ୍ରବାସୀଙ୍କୁ ଅଟକାଇ ଖାଇବାକୁ ଦିଆଯାଉଛି । ଧାମରା ଓଭରବ୍ରିଜ୍ ତଳେ ପ୍ରାୟ ୨୦ ଦିନରୁ ଉଦ୍ଧ୍ୱର୍ ହେବ ହଜାର ହଜାର ପ୍ରବାସୀଙ୍କ ଖାଇବା ନିମନ୍ତେ ବ୍ୟବସ୍ଥା କରାଯାଉଛି । ଖୋଦ୍ ଏସ୍ପି ରାଜେଶ ପଣ୍ଡିତ ପହଞ୍ଚି ପ୍ରବାସୀଙ୍କ ଭଲମନ୍ଦ ବୁଝିବା ସହ ନିଜେ ସେମାନଙ୍କ ସହ ଖାଉଥିବା ଦେଖିବାକୁ ମିଳିଥିଲା । ଉକ୍ତ ସମୟରେ ଏପଟସେପଟ ହୋଇ ବୁଲୁଥିବା ଏକ କୁନି ଝିଅକୁ ଜନୈକ ମହିଳା ପୋଲିସ କର୍ମୀ ଗୁନରାଣୀଖଟୁଆ କାଖେଇ କାଖେଇ ତା ମା ପାଖରେ ଛାଡ଼ିବା ଦୃଶ୍ୟ ଦେଖିବାକୁମିଳିଛି । ଏହି କୁନି ଝିଅଟି ତା ପରିବାର ସହ ଯାଉଥିବା ବେଳେ ଭଦ୍ରକ ପୋଲିସ ଦ୍ୱାରା ବ୍ୟବସ୍ଥିତ କ୍ୟାମ୍ପରେ ଏପଟ ସେପଟ ବୁଲୁଥିଲା । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ତେବେ ଭଦ୍ରକ ପୋଲିସର ଏହି ବ୍ୟବହାର ପାଇଁ ଅନେକ ପ୍ରବାସୀ ଏବେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି ।
Comments are closed, but trackbacks and pingbacks are open.